ଟୁଇଟରକୁ ନେଇ ଆଶ୍ଚର୍ଯ୍ୟ କଲା ଭଳି ରିପୋର୍ଟ, ୨୦୦ ମିଲିୟନରୁ ଅଧିକ ୟୁଜର୍ସଙ୍କ ଇମେଲ ଆଇଡି ହୋଇଛି ଲିକ

ୱାଶିଂଟନ,୬ ।୧: ଟୁଇଟର ୟୁଜର୍ସଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । କାରଣ ଟୁଇଟର ୟୁଜର୍ସଙ୍କ ଡାଟା ସହ ଜଡିତ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି । ଏକ ସୁକ୍ୟୁରିଟି ରିସର୍ଚ୍ଚ ବୁଧବାର ଦାବି କରିଛି କି ହ୍ୟାକର୍ସ ୨୦୦ ମିଲିୟନରୁ ଅଧିକ ଟୁଇଟର ୟୁଜର୍ସଙ୍କ ଇମେଲ ଆଡ୍ରେସ ଚୋରି କରି ଏହାକୁ ଏକ ଅନଲାଇନ ହ୍ୟାକିଂ ଫୋରମରେ ପୋଷ୍ଟ କରିଦିଆଯାଇଛି । ଏହି ଖବର ଜଣାପଡିବା ପରେ ଅନେକେ ଟୁଇଟର ୟୁଜର୍ସ ଚିନ୍ତାରେ ପଡିଯାଇଛନ୍ତି । ହେଲେ ଟୁଇଟର ପକ୍ଷରୁ ଏହାକୁ ନେଇ କୌଣସି ଟିପ୍ପଣି ଦିଆଯାଇ ନାହିଁ ।
ଇସ୍ରାଏଲ ସାଇବର ସୁକ୍ୟୋରିଟି ମନିଟରିଂ ଫର୍ମ ହଡସନ ରକର ସହ-ସଂସ୍ଥାପକ ଅଲୋନ ଗେଲ ଲିଙ୍କଡଇନରେ ଲେଖିଛନ୍ତି, ‘ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଏହି ଘଟଣାରେ ବହୁତ ହ୍ୟାକିଂ, ଟାର୍ଗେଟ ଫିସିଂ ଓ ଡକ୍ସିଂକୁ ପ୍ରୋତ୍ସାହନ ମିଳିବ । ଏହା ସବୁଠାରୁ ମହତ୍ୱପୂର୍ଣ୍ଣ ଲିକ ମଧ୍ୟରୁ ଗୋଟିଏ । ଗେଲ ପ୍ରଥମଥର ୨୪ ଡିସେମ୍ବରରେ ସୋସିଆଲ ମିଡିଆରେ ଏହି କଥା ପ୍ରକାଶ କରି ଏକ ପୋଷ୍ଟ କରିଥିଲେ । ଗେଲ ଆହୁରି ମଧ୍ୟ ଲେଖିଥିଲେ କି ଏହା ସ୍ପଷ୍ଟ ହୋଇନାହିଁ କି ଟୁଇଟର ଏହାର ଯାଞ୍ଚ କରିବାକୁ ଅବା ଏହାର ସମାଧାନ କରିବାକୁ କ’ଣ ପଦକ୍ଷେପ ନେଇଛି ।

Share