Categories: ଜାତୀୟ

ଗଣତନ୍ତ୍ରର ସୁରକ୍ଷା ଦାୟିତ୍ୱ ପୋଲିସ ବାହିନୀ ହାତରେ: ସ୍ବରାଷ୍ଟ୍ରମନ୍ତ୍ରୀ…

ନୂଆଦିଲ୍ଲୀ,୪।୯: ଗଣତନ୍ତ୍ର ହେଉଛି ଭାରତର ସ୍ବଭାବ। ଏହା ଦେଶବାସୀଙ୍କର ମଧ୍ୟ ସ୍ବଭାବ। ଯଦି କେହି କୁହନ୍ତି ଯେ ଗଣତନ୍ତ୍ର ୧୫ ଅଗଷ୍ଟ ୧୯୪୭ ପରେ କିମ୍ବା ୧୯୫୦ରେ ସମ୍ବିଧାନ ପ୍ରଣୟନ ପରେ ଆସିଥିଲା, ତେବେ ଏହା ଭୁଲ । ଆଇନ ଏବଂ ଶୃଙ୍ଖଳା ଉପଯୁକ୍ତ ନ ଥିଲେ ଗଣତନ୍ତ୍ର କଦାପି ସଫଳ ହୋଇପାରିବ ନାହିଁ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆଇନ ଶୃଙ୍ଖଳା ବଜାୟ ରଖିବା କାମ ପୋଲିସ ଦ୍ୱାରା କରାଯାଇଥାଏ। ସମଗ୍ର ସରକାରୀ ପ୍ରଶାସନରେ ସବୁଠାରୁ କଷ୍ଟକର କାର୍ଯ୍ୟ, ଯଦି କୌଣସି ସରକାରୀ କର୍ମଚାରୀ କରୁଥାନ୍ତି, ତେବେ ସେମାନେ ହେଉଛନ୍ତି ଦେନଶର ପୋଲିସ ବାହିନୀ। ପୋଲିସ ଅନୁସନ୍ଧାନ ଏବଂ ବିକାଶ ବ୍ୟୁରୋର ୫୧ ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଶାହା ଏହା କହିଛନ୍ତି।

୫୧ ବର୍ଷ ଧରି ଦାୟିତ୍ୱବୋଧ ସଫଳତାର ସହିତ ଜାରି ରଖିବା ଯେ କୌଣସି ସଂସ୍ଥା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମ୍ପୃକ୍ତ ସଂସ୍ଥାର ଏକନିଷ୍ଠ ଭାବନାକୁ ଏହା ଏହା ସ୍ବତଃ ପ୍ରତିପାଦିତ କରିଥାଏ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ପୂର୍ବରୁ ଶାହା ଟୋକିଓ ଅଲିମ୍ପିକ୍ସର ରୌପ୍ୟ ପଦକ ବିଜେତା ମୀରାବାଈ ଚାନୁଙ୍କୁ ସମ୍ମାନୀତ କରିଥିଲେ।

ସୂଚନାଯୋଗ୍ୟ, ମଣିପୁର ସରକାର ଚାନୁଙ୍କୁ ପୋଲିସ ବିଭାଗରେ ଅତିରିକ୍ତ ଅଧୀକ୍ଷକ (କ୍ରୀଡା) ଭାବରେ ନିଯୁକ୍ତ କରିଛନ୍ତି।

Share