Categories: ଜାତୀୟ

ସିଏଏ ବିଜ୍ଞପ୍ତି ପରେ ଦିଲ୍ଲୀରେ କଡ଼ା ସୁରକ୍ଷା

ନୂଆଦିଲ୍ଲୀ, ୧୨।୩: ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ସୋମବାର ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତରପୂର୍ବ ଦିଲ୍ଲୀ, ସାହିନବାଗ, ଜାମିଆ ସମେତ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହିସବୁ ଅଞ୍ଚଳରେ ପୋଲିସ ପ୍ରଶାସନ ଓ ସାମରିକ ବାହିନୀ ନିୟୋଜିତ ହେଇଛନ୍ତି। ଉତ୍ତରପୂର୍ବ ଓ ଦକ୍ଷିଣ ପୂର୍ବ ଦିଲ୍ଲୀର କେତେକ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯିବା ସହ ପାଟ୍ରୋଲିଂ ଚାଲିଛି। ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରି ଯେପରି ଭାରତ ବିରୋଧୀ ପ୍ରୋପାଗଣ୍ଡା ପ୍ରଚାର ନ ହୁଏ ସେଥିପ୍ରତି ଦିଲ୍ଲୀ ସାଇବର ସେଲ୍‌ ଆଲର୍ଟ ରହିଛି। ସୂଚନାଯୋଗ୍ୟ, ୨୦୨୦ରେ ସିଏଏକୁ କେନ୍ଦ୍ର କରି ଦିଲ୍ଲୀରେ ସାମ୍ପ୍ରଦାୟିକ ଦଙ୍ଗା ହୋଇଥିଲା।

Share