ରାଜଧାନୀର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କଲେ ୫-ଟି ସଚିବ

ଭୁବନେଶ୍ୱର,୧୭।୧(ବ୍ୟୁରୋ): ରବିବାର ସକାଳୁ ରାଜଧାନୀର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ। ସେ ୟୁନିଟ୍‌ ୧, ୟୁନିଟ୍‌ ୬, କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍‌ ୯ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ଆଇଆରସି ଭିଲେଜ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି।

ସେ ଶିକ୍ଷକ ଏସ୍‌ଏମ୍‌ସି ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ସାଇନ୍‌ସ ଲ୍ୟାବ, ଶ୍ରେଣୀଗୃହ, ଲାଇବ୍ରେରୀ ପଠନ କକ୍ଷ, କ୍ରୀଡ଼ା ସୁବିଧା, ଦଶମରେ A1 ଗ୍ରେଡ୍‌ ଫଳାଫଳ ବିଷୟରେ ପଚାରି ବୁଝିଛନ୍ତି। ଫଳାଫଳ କିପରି ଆହୁରି ଭଲ ହୋଇପାରିବ ସେ ନେଇ କ’ଣ କରାଯାଇପାରିବ ୫-ଟି ସଚିବ ସ୍କୁଲ କର୍ତ୍ତୃପକ୍ଷମାନଙ୍କ ସହ ଆଲୋଚନା କରିଥିଲେ।

ଏଥିସହିତ ଛାତ୍ରୀଛାତ୍ରମାନଙ୍କୁ ବନ୍ଧୁତ୍ୱପୂର୍ଣ୍ଣ, ପ୍ରେରଣାଦାୟୀ ଏବଂ ବୈଜ୍ଞାନିକ ଶୈଳୀରେ ଇକୋ ସିଷ୍ଟମକୁ ସାମଗ୍ରିକ ଭାବରେ ଉନ୍ନତ ପାଇଁ ଗୁରୁତ୍ୱାରୋପ କରିଥିଲେ। ଏହି ପରିଦର୍ଶନ ସମୟରେ ୫-ଟି ସଚିବଙ୍କ ସହ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଉପସ୍ଥିତ ଥିଲେ।

Share