Categories: ଫୁରସତ

ଫେଲ୍‌ ମାରିଲେ ବାଘ, କୁମ୍ଭୀର ଦେଖନ୍ତୁ କିପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ୨ଟି ଦୃଶ୍ୟ ଦେଖିବାକୁ ମିଳୁଛି। ଯେଉଁଥିରେ ଦ୍ରୁତଗତିରେ ଆକ୍ରମଣ କରିବାକୁ ଆସୁଥିବା କୁମ୍ଭୀର, ଏବଂ ବାଘକୁ ଦେଖିଲେ ଲାଗିବ ସେ ଯେପରି ହରିଣ ଓ ଗଣ୍ଡାକୁ ଶିକାର କରିଦେବେ। ମାତ୍ର ସେପରି କିଛି ଘଟୁ ନାହିଁ। ପ୍ରଥମେ ଏକ ବାଘ ପାଣି ପିଉଥିବା ହରିଣକୁ ଖାଇବାକୁ ଆସିଲା ବେଳେ ଫେଲ୍‌ ମାରୁଛି। ସେହିପରି କୁମ୍ଭୀର ମଧ୍ୟ ପାଣି ପିଉଥିବା ଗଣ୍ଡା ପାଖରେ ଫେଲ୍‌ ମାରିଛି।
ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।

 

Share