Posted inଜାତୀୟ

ଅଖିଳେଶ ପ୍ରଥମେ ନିଜେ ଠିକ ଅଛନ୍ତି କି ନାହିଁ ଦେଖନ୍ତୁ: ମାୟାବତୀଙ୍କ କଟାକ୍ଷ…

ଲକ୍ଷ୍ନୌ,୭।୧ : ଉତ୍ତରପ୍ରଦେଶରେ ବିଏସପି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ସମାଜବାଦୀ ପାର୍ଟି (ଏସପି) କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଅଖିଳେଶ ଯାଦବ ଅନ୍ୟମାନଙ୍କ ଉପରେ କୌଣସି କଟାକ୍ଷ କରିବା ପୂର୍ବରୁ ପ୍ରଥମେ ନିଜେ ଠିକ ଅଛନ୍ତି କି ନାହିଁ ତାହା ଦେଖିବ ଊଚିତ। ଏହା ସହିତ ସେ ତାଙ୍କ ପିତା ମୁଲାୟମ ସିଂ ଯାଦବଙ୍କ ଆଶୀର୍ବାଦ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଯେଉଁଥିରେ ମୁଲାୟମ ନରେନ୍ଦ୍ର ମୋଦିଙ୍କୁ ସଂସଦରେ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିଲେ।

ରବିବାର ମାୟାବତୀ ଏକ୍ସ ରେ ପୋଷ୍ଟ କରି ଅଖିଳେଶ ଯାଦବଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ତାଙ୍କର ପ୍ରଥମ ପୋଷ୍ଟରେ ଲେଖିଛନ୍ତି ବିଏସପ ବିରୋଧରେ ଅଯଥା କଟାକ୍ଷ କରିବା ପୂର୍ବରୁ ଏସପି ସଭାପତି ଅଖିଳେଶ ଯାଦବ ନିଶ୍ଚିତ ଭାବରେ ନିଜ କେତେଦୂର ଠିକ ନା ଭୁଲ ତାହା ପରଖି ନେବା ଆବଶ୍ୟକ। ଭାଜପାକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କ ସହ ସମ୍ପର୍କ ରଖିବା ଦୃଷ୍ଟିରୁ ତାଙ୍କ ନାମ କଳଙ୍କିତ ହୋଇଛି। ଏସପି ଏକ ଦଳିତ ବିରୋଧୀ ଦଳ।

ତାଙ୍କ ଦ୍ୱିତୀୟ ପୋଷ୍ଟରେ ମୁଲାୟମ ସିଂଙ୍କ ବିଷୟରେ ଉଲ୍ଲେଖ କରି ମାୟାବତୀ ଲେଖିଛନ୍ତି ଲୋକସଭା ନିର୍ବାଚନ ଜିତିବା ପୂର୍ବରୁ ଏବଂ ପରେ ତତ୍କାଳୀନ ଏସପି ମୁଖ୍ୟ ମୁଲାୟମ ସିଂ ଯାଦବ ଭାଜପାକୁ ଦେଇଥିବା ଆଶୀର୍ବାଦକୁ କିଏ ଭୁଲି ପାରିବ? କେନ୍ଦ୍ରରେ ଭାଜପା ସରକାର କ୍ଷମତାକୁ ଆସିବା ପରେ ସେମାନଙ୍କ ନେତୃତ୍ୱ ଏବଂ ଏସପି ନେତୃତ୍ୱ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଜନସାଧାରଣ ମଧ୍ୟ ଜାଣିଛନ୍ତି। ବର୍ତ୍ତମାନ ସମାଜବାଦୀ ଦଳ ପାଇଁ ସାମ୍ପ୍ରଦାୟିକ ଶକ୍ତି ସହିତ ଲଢ଼ିବା ଉପଯୁକ୍ତ ହେବ।

ମାୟାବତୀଙ୍କ ପ୍ରଶ୍ନ ଉପରେ ଅଖିଳେଶ ଯାଦବ କହିଛନ୍ତି ଆମେ ଇଣ୍ଡିଆ ସହ ମିଶି ନିର୍ବାଚନ ଲଢୁଛୁ ଏବଂ ମିଳିତ ମଞ୍ଚ ଏହାର କାର୍ଯ୍ୟ କରୁଛି। ସେମାନଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ସେ ବ୍ୟଙ୍ଗାତ୍ମକ ଭାବରେ କହିଥିଲେ ମୋର ପୋଷାକ ଆଡଭୋକେଟ ଭାଇମାନଙ୍କ ସହିତ ମଧ୍ୟ ମେଳ ଖାଉଛି।ଏଥର ପରିବର୍ତ୍ତନ ହେବାକୁ ବାଧ୍ୟ, ଏହା ଆପଣଙ୍କ ଉତ୍ସାହରେ ପ୍ରତିଫଳିତ ହୋଇଛି । ପିଡିଏ ବିନା ଦେଶର ବିକାଶ ସମ୍ଭବ ନୁହେଁ। ଯଦି ଫେରେନ ଲଭଲି ନିଜର ନାମ ପରିବର୍ତ୍ତନ କରିଥିଲା ତେବେ ମୁଁ ମଧ୍ୟ ଏହି ନାମ ପରିବର୍ତ୍ତନ କରିବି। ସର୍ବାଧିକ ବିକ୍ରି ହୋଇଥିବା କ୍ରିମ ଏବଂ ଏହାର ନାମ ମଧ୍ୟ ବଦଳିଗଲା। ୨୦୨୪ରେ ପରିବର୍ତ୍ତନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଯଦି ଏଥର ପରିବର୍ତ୍ତନ ନ ହୁଏ ତେବେ ଆମେ ଆଗକୁ ଭୋଟ ଦେବାର ଅଧିକାର ହରାଇ ବସିବୁ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର: ଝାଡ଼ଖଣ୍ଡର ସରକାରୀ ହସ୍ପିଟାଲରେ ୧୦ ଟଙ୍କାରେ ହେବ ୧୦ ପରୀକ୍ଷା

ରାଞ୍ଚି,୨୦।୩: ବିଧାନସଭାର ବଜେଟ ଅଧିବେଶନରେ ଗୁରୁବାର ସ୍ବାସ୍ଥ୍ୟ ଚିକିତ୍ସା ଶିକ୍ଷା ଏବଂ ପରିବାର କଲ୍ୟାଣ ବିଭାଗ ପାଇଁ ୭୪ ବିଲିୟନ ୭୦ କୋଟି ୫୦ ଲକ୍ଷ...

ମୋଦିଙ୍କୁ ଭେଟିବାକୁ ବ୍ୟସ୍ତ ହୋଇ ପଡ଼ିଲେଣି ୟୁନୁସ! କାହିଁକି ବୈଠକ ପାଇଁ ରାଜି ହେଉନାହିଁ ଭାରତ, ଜାଣନ୍ତୁ

ନୂଆଦିଲ୍ଲୀ/ଢାକା,୨୦।୩: ବାଂଲାଦେଶ ପୁଣିଥରେ ଇଚ୍ଛା ପ୍ରକାଶ କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ଅନ୍ତରୀଣ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସଙ୍କୁ ଭେଟିବା ଉଚିତ...

ବକ୍ସିଂ ମହାସଂଘ: ଅନୁରାଗଙ୍କ ନିର୍ବାଚନ ଲଢ଼ିବା ଲାଗି ପଥ ପରିଷ୍କାର

ଶିମ୍‌ଳା,୨୦ା୩: ହିମାଚଳ ପ୍ରଦେଶ ହାଇକୋର୍ଟଙ୍କ ରହିତାଦେଶ ପରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଭାରତ ବକ୍ସିଂ ମହାସଂଘ (ବିଏଫ୍‌ଆଇ) ସଭାପତି ପାଇଁ ନିର୍ବାଚନ ଲଢ଼ିବା ଲାଗି...

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର: ପେନସନ ଯୋଜନାର ନୂଆ ନୋଟିଫିକେଶନ ଜାରି

ନୂଆଦିଲ୍ଲୀ,୨୦।୩: ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) ଗୁରୁବାର ଏକୀକୃତ ପେନସନ ଯୋଜନା (UPS) କାର୍ଯ୍ୟକାରୀ କରିବା ପାଇଁ ଏକ ବିଜ୍ଞପ୍ତି ଜାରି...

ଇଫତାର ପାର୍ଟିର ମଜା ନେଲେ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ,୨୦।୩: ରାଜଧାନୀ ଦିଲ୍ଲୀରେ ଗୁରୁବାର (୨୦ ମାର୍ଚ୍ଚ, ୨୦୨୫) ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ (IUML) ଦ୍ୱାରା ଏକ ଇଫତାର ପାର୍ଟିର ଆୟୋଜନ କରାଯାଇଥିଲା। କଂଗ୍ରେସ...

ଆପଣଙ୍କୁ ଆଇନର ABCD ଜଣାନାହିଁ, କେମିତି ହେଲେ ଆଡଭୋକେଟ, କାହିଁକି ଅଦାଲତରେଏମିତି କହିଲେ ବିଚାରପତି

ନୂଆଦିଲ୍ଲୀ,୨୦।୩: ସୁପ୍ରିମକୋର୍ଟ ଜଣେ ଓକିଲଙ୍କୁ ତାଙ୍କ ମହକିଲଙ୍କ ଜାମିନ ଆବେଦନରେ ବାରମ୍ବାର ‘ସହମତିରେ ସମ୍ପର୍କ’ ଲେଖିବା ପାଇଁ ଗୁରୁବାର ଭର୍ତ୍ସନା କରିଛନ୍ତି। କୋର୍ଟ ତାଙ୍କ ଉପରେ...

ଚାଇନାକୁ ଲାଗିବ ବଡ଼ ଝଟକା! ଭାରତ-ତାଇଓ୍ବାନ ମିଶି କରିବାକୁ ଯାଉଛନ୍ତି ଏହି କାମ

ନୂଆଦିଲ୍ଲୀ,୨୦।୩: ଭାରତ ଏବଂ ତାଇୱାନ ମଧ୍ୟରେ ଆର୍ଥିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) ଶେଷ କରିବାର ଆବଶ୍ୟକତା...

ଯୋଗ୍ୟ ମହିଳାମାନେ ଭରଣପୋଷଣ ଆବେଦନ କରିବା ଉଚିତ୍ ନୁହେଁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୨୦।୩: ସମ୍ପ୍ରତି ଏକ ରାୟରେ ଦିଲ୍ଲୀ ହାଇକୋର୍ଟ ଏକ ଭରଣପୋଷଣ ଆବେଦନକୁ ଖାରଜ କରିବା ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। କୋର୍ଟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image