ରଜନୀକାନ୍ତଙ୍କ ଭବ୍ୟ ବଙ୍ଗଳା: ଦେଖିଲେ ଘଡ଼ିଏ ଚାହିଁବ

ହାଇଦ୍ରାବାଦ: ଦର୍ଶକଙ୍କୁ ଅନେକ ବ୍ଲକବଷ୍ଟର ହିଟ୍‌ ଭେଟିଦେଇଛନ୍ତି ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ କଳାକାର ରଜନୀକାନ୍ତ। ତାଙ୍କୁ ପ୍ରଶଂସକ ଭଗବାନଙ୍କ ଭଳି ପୂଜିଥାନ୍ତି। ବୟସାଧିକ ହୋଇଥିଲେ ସୁଦ୍ଧା ଆଜି ବି ତାଙ୍କ ଜଲଓ୍ବା ପୂର୍ବବତ୍‌ ରହିଛି। ଏକଦା ସରକାରୀ ବସ୍‌ରେ ହେଲପର୍‌ ଭାବେ କାମ କରୁଥିଲେ ସେ। ହେଲେ ସମୟ ବଦଳିଛି, ପରିସ୍ଥିତି ମଧ୍ୟ। ନିଜର ପରିଶ୍ରମ ଓ କଳା ଯୋଗୁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ ପାଲଟିଛନ୍ତି।


ଚେନ୍ନାଇରେ ରୁହନ୍ତି ରଜନୀକାନ୍ତ। ହେଲେ ବିଭିନ୍ନ ସହରରେ ତାଙ୍କର ବଡ଼ ବଡ଼ ବଙ୍ଗଳା ରହିଛି। ୬ ବର୍ଷ ପୂର୍ବେ ସେ ପୁଣେରେ ଏକ ସୁନ୍ଦର ଘର କିଣିଥିଲେ।

ଏହି ଘର ଦେଖିବାକୁ ଭବ୍ୟ। ପଞ୍ଚତାରକା ହୋଟେଲ ଭଳି ଏଠାରେ ସମସ୍ତ ସୁବିଧା ରହିଛି।

ଘରର ଚାରିପାଖେ ଭଳିକି ଭଳି ଗଛ ଲଗାଯାଇଛି।

ଆମୋଦପ୍ରମୋଦର ସମସ୍ତ ବ୍ୟବସ୍ଥା ଥିବା ଯୋଗୁ ଅଭିନେତାଙ୍କ ପରିବାରଲୋକେ ଏଠାରେ ସମୟ ବିତାଇବାକୁ ପସନ୍ଦ କରନ୍ତି।

Share