Categories: ଫୁରସତ

ଦେଖନ୍ତୁ ଜଙ୍ଗଲ ମଧ୍ୟରେ କାହା ସହ ସେଲ୍‌ଫି ନେଲା ମାଙ୍କଡ଼, ଆଉ ତାପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଏକ ମାଙ୍କଡ଼ ଜଙ୍ଗଲରେ ମଣିଷଙ୍କ ସହ ସେଲ୍‌ଫି ନେଉଛି। ସାଧାରଣତଃ ମାଙ୍କଡକୁ ପାଖରେ ଦେଖିଲେ ଡର ଲାଗିଥାଏ। ବେଳେ ବେଳେ ମାଙ୍କଡଙ୍କ ସହିତ ମଣିଷଙ୍କ ସ୍ନେହପୂର୍ଣ୍ଣ ଭିଡିଓ ତ ଆଉ କେତେବେଳେ ହଇରାଣ ହରକତ ଭରା ଭିଡିଓ ଭାଇରାଲ ହୋଇଥାଏ। ମାତ୍ର ଏହି ଫଟୋରେ ମାଙ୍କଡ ଓ ମଣିଷଙ୍କ ଭଲପାଇବା ଦେଖିବାକୁ ମିଳୁଛି। ଏହି ଫଟୋକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନରେ ସେ ଲେଖିଛନ୍ତି, ମାଇଁ ସେଲ୍‌ଫି ଫୋଷ୍ଟ ୟୁରର୍ସ। ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି।

Share