ହରିଶଙ୍କର ସୌନ୍ଦର୍ଯ୍ୟକରଣ ପାଇଁ ଚାରାରୋପଣ

ଖପ୍ରାଖୋଲ, ୧୧ା୮(ଡି.ଏନ.ଏ.)
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ସାମ୍ବାଦିକ ସଂଘ ଓ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଡିଓ ତରଣୀ ସୁନା, ଖପ୍ରାଖୋଲ ଥାନା ଆଇଆଇସି ଜ୍ୟୋତିରଞ୍ଜନ ପତି, ହରିଶଙ୍କର ଫରେଷ୍ଟର ପ୍ରିୟବ୍ରତ ମହାକୁଡ ଅତିଥିଭାବେ ଯୋଗଦେଇଥିଲେ। ହରିଶଙ୍କର ଝରଣା ପାଖରେ ଫୁଲଗଛ ରୋପଣ କରାଯାଇଥିଲା। ଏହି ଅବସରରେ ବିଜୟ କୁମାର ମିଶ୍ର, ଅଭୟ ତ୍ରିପାଠୀ, ଜ୍ୟୋତିରଞ୍ଜନ ପଣ୍ଡା, ସଦାଶିବ ସରାଫ୍‌, ବଂଶୀଧର ସେଠ, ରୁଲୁ ବେହେରା, ବିମଳ ରଞ୍ଜନ ସାହୁ, ମନୋଜ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ା