Categories: ଜାତୀୟ

ପ୍ରେମିକାଙ୍କ ସ୍ବାମୀଙ୍କୁ ଦେଖି ୫ ମହଲାରୁ ଡେଇଁଲେ ପ୍ରେମିକ: ଆଉ ତା’ପରେ

ଜୟପୁର,୧୬।୧୨: ରାଜସ୍ଥାନର ଜୟପୁରର ପ୍ରତାପନଗର ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଲିଭ୍‌-ଇନ ରିଲେସନଶିପରେ ରହୁଥିବା ଜଣେ ଯୁବକ ମହିଳାଙ୍କ ସ୍ବାାମୀଙ୍କୁ ଦେଖି ଆପାର୍ଟମେଣ୍ଟର ପଞ୍ଚମ ମହଲାରୁ ତଳକୁ ଡେଇଁ ମୃତ୍ୟୁବରଣ କରିଛନ୍ତି।
ପୋଲିସର ସୂଚନାନୁସାରେ, ଉତ୍ତର ପ୍ରଦେଶର କନୌଜ ନିବାସୀ ୨୯ ବର୍ଷୀୟ ମୋହିସିନ ଛଦ୍ମନାମ ଆଜାମ ଏକ ଆପାର୍ଟମେଣ୍ଟର ପଞ୍ଚମ ମହଲାରେ ଭଡା ଘରେ ଜଣେ ମହିଳାଙ୍କ ସହ ସହମତି ଭିତ୍ତିରେ ରହୁଥିଲେ। ମହିଳା ଜଣଙ୍କ ପୂର୍ବରୁ ବିବାହିତ। ତାଙ୍କର ଏକ ଝିଅ ମଧ୍ୟ ଅଛି। ଦୁଇ ବର୍ଷ ପୂର୍ବେ ସ୍ବାମୀଙ୍କୁ ଛାଡି ପ୍ରେମିକ ମୋହସିନଙ୍କ ସହ ନୈନିତାଲରେ ରହୁଥିଲେ। ମହିଳାଙ୍କ ସ୍ବାମୀ ତାଙ୍କ ଖୋଜି ଖୋଜି ନିକଟରେ ଏଠାରେ ପହଞ୍ଚିଥିଲେ। ମୋହସିନ୍‌ ତାଙ୍କୁ ଦେଖି ୫ ମହଲା ଆପାର୍ଟମେଣ୍ଟରୁ ତଳକୁ ଡେଇଁ ପଡିଥିଲେ। ତାଙ୍କୁ ତୁରନ୍ତ ଜୟପୁରର ସୱାଇମାନ ସିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

Share