ସ୍ବାମୀଙ୍କୁ ଡନ୍‌ ଭୂମିକାରେ ଦେଖି ଏମିତି କହିଲେ ଦୀପିକା

ଫିଲ୍ମ ‘ଡନ୍‌-୩’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଅପେକ୍ଷାର ଅନ୍ତ ହୋଇଛି। ଫିଲ୍ମର ଅଫିସିଆଲ ଟିଜର ରିଲିଜ ହୋଇଛି। ଏଥିରେ ରଣବୀର ଡନ୍‌ ଭୂମିକାରେ ନଜର ଆସିଛନ୍ତି। ଏହି ଫିଲ୍ମର ପୂର୍ବ ୨ଟି ପାର୍ଟରେ କେବଳ ଶାହରୁଖ ଖାନ୍‌ ଥିଲେ। ଏଥର ଟ୍ରେଣ୍ଡ୍‌ ବଦଳିଛି। ତାଙ୍କ ସ୍ଥାନ ନେଇଛନ୍ତି ରଣବୀର। ‘ଡନ୍‌-୩’ରେ ରଣବୀରଙ୍କୁ ଦେଖି ଦୀପିକା ପାଦୁକୋନ ଖୁସି ବ୍ୟକ୍ତ କରିଛନ୍ତି। ସେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି।
ଦୀପିକା ପାଦୁକୋନ ନିଜ ଇନଷ୍ଟାଗ୍ରାମ ଷ୍ଟାଟସରେ ଡନ-୩ର ଟିଜର ଶେୟାର କରିଛନ୍ତି। ଏଥିରେ ରଣବୀରଙ୍କ ଲୁକ ଦେଖାଯାଇଛି। ଭିଡିଓ ଶେୟାର କରିବା ପରେ ଦୀପିକା ବୁମ ଷ୍ଟିକର ଶେୟାର କରିଛନ୍ତି।

‘ଡନ୍‌-୩’ରେ ପ୍ରଥମ ଭାଗ ୨୦୦୬ରେ ଆସିଥିଲା। ଏଥିରେ ଶାହାରୁଖ ଖାନଙ୍କୁ ଡନ୍‌ ରୂପେ ଦେଖାଯାଇଥିଲା। ଏହା ପରେ ଏହାର ଦ୍ୱିତୀୟ ଭାଗ ୨୦୧୧ରେ ଆସିଥିଲା। ବର୍ତ୍ତମାନ ଫରହାନ ୨୦୨୫ରେ ଡନ-୩ ଆଣୁଛନ୍ତି।

 

Share