Categories: ଖେଳ

ଜାଡେଜାଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖି ସ୍ତ୍ରୀ କହିଦେଲେ ଏମିତି କଥା

ରାଜକୋଟ,୧୯।୨: ଇଂଲଣ୍ଡ ବିପକ୍ଷ ପାଞ୍ଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚରେ ଭାରତ ଜିତିଛି। ଭାରତ ରାଜକୋଟରେ ୪୩୪ ରନ୍‌ରେ ଭ୍ରମଣକାରୀ ଦଳକୁ ପରାସ୍ତ କରିଥିଲେ। ଟେଷ୍ଟ ଇତିହାସରେ ଏହା ଭାରତର ସବୁଠାରୁ ବଡ ବିଜୟ। ଏହି ବିଜୟରେ ଭାରତ ପାଇି ହିରୋ ଥିଲେ ରବିନ୍ଦ୍ର ଜାଡେଜା। ଏହି ମ୍ୟାଚର ପ୍ରଥମ ଇନିଂସରେ ଜାଡେଜା ଏକ ଶତକ ହାସଲ କରିଥିଲେ। ସେ ଦ୍ୱିତୀୟ ଇନିଂସରେ ୫ ଉଇକେଟ ନେଇଥିଲେ। ଏହି ପ୍ରଦର୍ଶନ ପାଇଁ ଜାଡେଜାଙ୍କୁ ‘ପ୍ଲେୟାର ଅଫ ଦି ମ୍ୟାଚ’ ଚୟନ କରାଯାଇଥିଲା। ଜାଡେଜାଙ୍କୁ ଏହି ପ୍ରଦର୍ଶନରେ ତାଙ୍କ ସ୍ତ୍ରୀ ରିଭାବା ବେଶଖ ଖୁସି ଅଛନ୍ତି।
ଏହି ମ୍ୟାଚ ପରେ ରିଭାବା ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଜାଡେଜାଙ୍କ ଫଟୋ ଶେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ମୁଁ ରାଜକୋଟରେ ମୋ ସ୍ବାମୀ ରବିନ୍ଦ୍ର ଜାଡେଜାଙ୍କ ଚମତ୍କାର ପ୍ରଦର୍ଶନକୁ ସେଲିବ୍ରେସନ କରୁଛି। ପ୍ରଥମ ଇନିଂସରେ ଏକ ଚମତ୍କାର ଶତକ ହାସଲ କରି ଦ୍ୱିତୀୟ ଇନିଂସରେ ୫ ଉଇକେଟ ନେଇଥିଲେ। ଏହା ସହିତ ସେ ‘ପ୍ଲେୟାର ଅଫ ଦି ମ୍ୟାଚ’ ପୁରସ୍କାର ମଧ୍ୟ ପାଇଥିଲେ। ଭାରତୀୟ କ୍ରିକେଟ ଦଳକୁ ଏହି ଜବରଦସ୍ତ ବିଜୟ ପାଇଁ ଅଭିନନ୍ଦନ।

Share