କଙ୍ଗନାଙ୍କ ରାଗ ଦେଖି କରଣ ଛାନିଆ

ମୁମ୍ବାଇ: ବଲିଉଡ୍‌ କ୍ୱିନ୍‌ କଙ୍ଗନା ରାଣାଓ୍ବତ୍‌ ସବୁବେଳେ ନିଜ ଢଙ୍ଗରେ ଜବାବ ଦେବା ନେଇ ବେଶ୍‌ ଜଣାଶୁଣା। ପ୍ରତ୍ୟେକ ପ୍ରସଙ୍ଗରେ ସେ କିଛି ନା କିଛି କଥା କହି ଚର୍ଚ୍ଚାକୁ ଆସିଥାନ୍ତି। ଥରେ କଙ୍ଗନା କରଣ ଜୋହରଙ୍କ ପ୍ରସିଦ୍ଧି ଚାଟ୍‌ ଶୋ’ ‘କଫି ଓ୍ବିଥ୍‌ କରଣ’କୁ ଆସିଥିଲେ। ଏହି ଶୋ’ରେ ସେ ନେପ୍ଟୋଜିମ୍‌କୁ ନେଇ ଆଲୋଚନା କରିଥିଲେ। ଏହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ କଙ୍ଗନାଙ୍କ ରାଗ ଦେଖି କରଣ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଚାହିଁଛନ୍ତି।

ଶୋ’ରେ କଙ୍ଗନାଙ୍କୁ ସିଂହ ବୋଲି କହିଦେବାରୁ ସେ ରାଗି ଯାଇଥିଲେ। ଏତେ ରାଗି ଯାଇଥିଲେ ଯେ, ମନକୁ ଯାହା ଆସିଲା କହି ଚାଲିଲେ। ସେ କହିଥିଲେ ଏମାନେ ଏତେ ମଇଳା। ଏତେ ଅଭଦ୍ର। ଏହା ଦେଖି କରଣ ତାଙ୍କୁ ବହୁ ବୁଝାଇଥିଲେ। ମାତ୍ର ସେ କହି ଚାଲିଥିଲେ। କଙ୍ଗନାଙ୍କ ରାଗ ଦେଖି କରଣ ଏକପ୍ରକାର ଛାନିଆ ହୋଇଯାଇଥିଲେ।

Share