Categories: ଫୁରସତ

ଏମିତି ନିମନ୍ତ୍ରଣ କାର୍ଡ ଦେଖି ଅତିଥି ଆଶ୍ଚର୍ଯ୍ୟ, ଯିବେ କି ନାହିଁ ପଡ଼ିଲେ ଦ୍ୱନ୍ଦ୍ୱରେ

ଯେତେବେଳେ ବି କେହି ବିବାହ କରନ୍ତି, ସବୁକିଛି ସିଦ୍ଧ ଏବଂ ଅନନ୍ୟ କରିବା ପାଇଁ ସମସ୍ତ ପ୍ରୟାସ କରାଯାଏ। ମାସମାସ ଧରି ପରିଶ୍ରମ କରାଯାଇଥାଏ। ବରକନ୍ୟାଙ୍କ ଡ୍ରେସ କିଣିବାଠାରୁ ଆରମ୍ଭ କରି ସବୁକିଛି ସ୍ବତନ୍ତ୍ର ଭାବରେ ବଛା ଯାଇଥାଏ। ଯଦି ଏଥିରେ ସାମାନ୍ୟ ତ୍ରୁଟି ଥାଏ, ତେବେ କରାଯାଇଥିବା ସମସ୍ତ କାର୍ଯ୍ୟ ନଷ୍ଟ ହୋଇଯାଏ। ଏକ ବିବାହ ପାଇଁ ଛପା ଯାଇଥିବା କାର୍ଡ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ଯେତେବେଳେ ଏକ ବିବାହ କାର୍ଡ ଗ୍ରହଣ କରାଯାଏ, ଜଣେ ବ୍ୟକ୍ତି ଏହାକୁ ଭଲ ଭାବରେ ପଢ଼ନ୍ତି। ଫଳରେ ପ୍ରକୃତ ଦିନ, ବାର, ତିଥି ଏବଂ ସ୍ଥାନ ସମ୍ପର୍କରେ ଜଣାପଡ଼େ। କାର୍ଡରେ କେବଳ ସ୍ଥାନ ଏବଂ ତାରିଖ ବ୍ୟତୀତ, ଅତିଥିମାନଙ୍କୁ ନିମନ୍ତ୍ରଣ କରିବା ପାଇଁ କିଛି ଶାୟରୀ ମଧ୍ୟ ଲେଖାଯିବାର ଦେଖାଯାଇଥାଏ। ଏବେ ଏମିତି ଏକ କାର୍ଡରେ କେତେଧାଡ଼ି କବିତା ଲେଖାଯାଇଛି, ଯାହାକୁ ଦେଖି ଅତିଥିମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଥିରେ ଲେଖାଯାଇଛି ‘ମୁଁ ସ୍ନେହ ନିମନ୍ତ୍ରଣ ପଠାଉଛି, ତୁମକୁ ଡାକିବାକୁ ପ୍ରିୟ, ହେ ମାନସର ରାଜହଂସ ତୁମେ ଆସିବାକୁ ଭୁଲିଯିବ’। ଭୁଲ ଏହି ଯେ, ଏଥିରେ ତୁମେ ଆସିବାକୁ ଭୁଲବନି ସ୍ଥାନରେ ଆସିବାକୁ ଭୁଲିଯିବ ଛପା ହୋଇଛି। ଯାହା ଦେଖି ଅତିଥି ଯିବେ କି ନାହିଁ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।

ଏହି କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜରମାନେ କହିଛନ୍ତି, ଏହା ଏକ ବଡ଼ ଅପମାନ। ଏପ୍ରିଲ ୧୩ରେ ଶେୟାର ହୋଇଥିବା ଏହି କାର୍ଡକୁ ଏପର୍ଯ୍ୟନ୍ତ ୪ ଲକ୍ଷ ୭ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଜଣେ ୟୁଜର କହିଛନ୍ତି, ‘ଏହା ଏକ ବଡ଼ ଅପମାନ’। ଅନ୍ୟ ଜଣେ ୟୁଜର କହିଛନ୍ତି, ‘ଯିଏ କାର୍ଡ ଛାପିଛି, ସେ ନିମନ୍ତ୍ରଣ କରୁଥିବା ଲୋକଙ୍କ ମନକଥା ଛାପି ଦେଇଛନ୍ତି। ଅନେକ ୟୁଜର ଏହା ଦେଖି ହସି ହସି ବେଦମ ହୋଇଛନ୍ତି।

Share