Categories: ଜାତୀୟ

ଦୁର୍ଘଟଣା ଦେଖି ବାଟରେ ଅଟକିଲେ ରାହୁଲ, ଆହତଙ୍କ ହସ୍ପିଟାଲ ପଠାଇ ଗଲେ ସଂସଦ…

ନୂଆଦିଲ୍ଲୀ,୯।୮ : ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ସଂସଦରେ ପହଞ୍ଚିଛନ୍ତି। ଅବଶ୍ୟ, 10 ଜାନପଥ ଛାଡିବା ପରେ ହଠାତ ତାଙ୍କ ଦଳ କିଛି ଦୂରରେ ଅଟକି ଯାଇଥିଲା। ରାସ୍ତାରେ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ରାହୁଲ ତାଙ୍କ କାରକୁ ଅଟକାଇ ନିଜେ ଉଠାଇବାକୁ ଓହ୍ଲାଇଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦେଖାଯାଇଛି ରାହୁଲଙ୍କ ସୁରକ୍ଷା ଦଳ ଯାଉଥିବା ବାଟରେ ଏକ ସ୍କୁଟର ଚାଳକ ରାସ୍ତା ମଝିରେ ପଡିଯାଇଥିଲେ। ଏହା ପରେ ରାହୁଲ ସୁରକ୍ଷାକର୍ମୀଙ୍କ ସହ କାରରୁ ଓହ୍ଲାଇ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ। ଆହତଙ୍କୁ ହସ୍ପିଟାଲକୁ ପଠାଇବା ପରେ ରାହୁଲ ତାଙ୍କ କାରକୁ ଫେରି ସଂସଦ ମୁହାଁ ହୋଇଥିଲେ।

Share