Categories: ଫୁରସତ

ଷଣ୍ଢକୁ ଦେଖି ଇଲେକ୍ଟ୍ରି ଖୁଣ୍ଟ ଉପରେ ଚଢ଼ିଗଲେ ବ୍ୟକ୍ତି, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ଦେଖିଲେ ଭୟରେ ଦେହ ଥରି ଉଠେ। ଏବେ kuttykalaivanan ନାମକ ଏକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର ହୋଇଥିବା ଭିଡିଓରେ ଜଣେ ବ୍ୟକ୍ତି ଷଣ୍ଢଠାରୁ ରକ୍ଷା ପାଇବା ପାଇଁ ଏକ ବିଦ୍ୟୁତ୍‌ ଖୁଣ୍ଟ ଉପରକୁ ଚଢ଼ିଥିବାର ନଜର ଆସିଛନ୍ତି। ଷଣ୍ଢଟି ଏତେ ରାଗିଯାଇଛି ଯେ, ବ୍ୟକ୍ତିଜଣଙ୍କୁ ଶିକ୍ଷା ଦେବା ପାଇଁ ଖୁଣ୍ଟ ଚାରିପଟେ ଘୂରି ବୁଲୁଥିଲା।

ଭାଇରାଲ ଭିଡିଓରେ ତୀକ୍ଷ୍ଣ ଶିଙ୍ଗ ଥିବା ଷଣ୍ଢଟି ଜଣଙ୍କ ପଛରେ ଦୌଡୁଥିବା ଦେଖିବାକୁ ମିଳିଛି। ଫଳରେ ରକ୍ଷା ପାଇବା ପାଇଁ ବ୍ୟକ୍ତି ଜଣକ ଜୀବନ ବିକଳରେ ରାସ୍ତା କଡ଼ରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟ ଉପରକୁ ଚଢ଼ିଗଲେ। ବ୍ୟକ୍ତି ଭାବିଥିଲେ ଅଳ୍ପ ସମୟ ମଧ୍ୟରେ ଷଣ୍ଢ ସେଠାରୁ ଚାଲିଯିବ ଆଉ ସେ ନିରାପଦରେ ଓହ୍ଲାଇ ଘରକୁ ଯିବେ। କିନ୍ତୁ ଖୁଣ୍ଟ ଉପରକୁ ଚଢ଼ିଥିବା ବ୍ୟକ୍ତିଙ୍କ ଉପରେ ଷଣ୍ଢର କିଛି ରାଗ ଥିଲା କେଜାଣି ସେ ଖୁଣ୍ଟ ଚାରିପଟେ ଘୂରି ବୁଲିଲା। ଭିଡିଓରେ ଅନେକ ଲୋକ ମଧ୍ୟ ନଜର ଆସିଛନ୍ତି। କିନ୍ତୁ ଷଣ୍ଢ କାହାକୁ ଟାର୍ଗେଟ ନ କରି ଖୁଣ୍ଟରେ ଚଢ଼ିଥିବା ସେହି ବ୍ୟକ୍ତିଙ୍କୁ ଅପେକ୍ଷା କରିଥିଲା।

ଷଣ୍ଢର ଶିଙ୍ଗ ଏପରି ହୋଇଛି, ଯିଏ ଦେଖିବ ଭୟଭୀତ ହୋଇଯିବ। ମୋଟା-ଶକ୍ତିଶାଳୀ ଏବଂ ତୀକ୍ଷ୍ଣ ଶିଙ୍ଗ କାହାକୁ ଚିରିଦେବା ପାଇଁ ଯଥେଷ୍ଟ। ତେଣୁ। ଖୁଣ୍ଟରେ ଚଢ଼ିଥିବା ବ୍ୟକ୍ତି ଜଣକ ଜାଣି ନ ଥିଲେ ଯେ, ତାଙ୍କୁ ଓହ୍ଲାଇବାକୁ ଏତେ ସମୟ ଅପେକ୍ଷା କରିବାକୁ ପଡ଼ିପାରେ। କାରଣ ଏହି କ୍ରୋଧିତ ଷଣ୍ଢ ସେହି ଖୁଣ୍ଟରେ ବନ୍ଧା ଯାଇଥିବା ଦେଖିବାକୁ ମିଳିଛି। କିଛି ସମୟ ପରେ ଷଣ୍ଢ ଏକ ବିଲକୁ ଯାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ୧.୯୨ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ଭିଡିଓଟି ଖୁବ୍‌ ଭାଇରାଲ ହେଉଛି।

Share