ପିଲାଙ୍କୁ ଫୁଟ୍‌ବଲ ଖେଳୁଥିବା ଦେଖି ହଠାତ୍‌ ଜଙ୍ଗଲରୁ ଆସିଗଲେ ୨ ଭାଲୁ ଆଉ ତା’ପରେ…

ନବରଙ୍ଗପୁର/ଉମରକୋଟ,୧୨।୯(ବି.ପ୍ର./ସ୍ବ.ପ୍ର): ସର୍କସ୍‌ରେ ହିଂସ୍ର ଜନ୍ତୁମାନେ ପରସ୍ପର ଖେଳୁଥିବାର ସମସ୍ତେ ଦେଖିଥିବେ, ତାହା ପୁଣି ଜଣେ ରିଂ ମାଷ୍ଟରଙ୍କ ନିର୍ଦ୍ଦେଶରେ । ମାତ୍ର ଜଙ୍ଗଲରେ ହିଂସ୍ର ଜନ୍ତୁ ଖେଳୁଥିବା ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ। ହେଲେ ଏହା ସତ୍ୟ ଘଟଣା। ଦୁଇଟି ଜଙ୍ଗଲୀ ଭାଲୁ ଫୁଟ୍‌ବଲ ଖେଳୁଥିବାର ଦେଖିବାକୁ ମିଳିଛି। ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ସୁକିଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଏହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।
ଘଟଣା ଅନୁଯାୟୀ, ସୁଖୀ ଗାଁର କିଛି ପିଲା ଗାଁ ପଡ଼ିଆରେ ଫୁଟବଲ ଖେଳୁଥିଲେ । ଏହି ସମୟରେ ପଡ଼ିଆ ନିକଟରେ ଥିବା ଜଙ୍ଗଲରୁ ଦୁଇଟି ଭାଲୁ ପିଲାଙ୍କ ନିକଟକୁ ଆସିଥିଲେ। ପିଲାମାନେ ଭାଲୁଙ୍କୁ ଦେଖି ଡରରେ ପଡ଼ିଆ ଛାଡ଼ି ଚାଲି ଯାଇଥିଲେ, କିନ୍ତୁ ବଲ୍‌ଟି ସେଇଠି ରହିଯାଇଥିଲା। ମା’ ଭାଲୁ ଓ ଛୁଆ ଭାଲୁ ଫୁଟ୍‌ବଲକୁ ନେଇ କିଛି ସମୟ ଖେଳିଥିଲେ। ପରେ ବଲ୍‌କୁ ନେଇ ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲେ।