
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଙ୍ଗଲ ରାଜା ସିଂହକୁ ଜନ୍ତାରେ ଦେଖିବାକୁ ମିଳୁଛି। ଭିଡିଓର ସାଉଣ୍ଡରେ ପିଲାଙ୍କ ସ୍ବର ଶୁଣିବାକୁ ମିଳୁଛି ଯେଉଁମାନେ ସିଂହକୁ ‘ହାଏ’ କହୁଥିବା ବେଳେ। ସିଂହ ସେମାନଙ୍କୁ ପଛ କରି ପରିସ୍ରା କରିଦେଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।
This is what the lion thinks of humans
Via Guldur Guldur pic.twitter.com/4V6omrZQYd— Susanta Nanda (@susantananda3) April 17, 2022