Categories: ଫୁରସତ

ପ୍ରଥମ ଥର ପାଇଁ ଦେଖିଲେ ରଙ୍ଗିନ ଦୁନିଆ

ନୂଆଦିଲ୍ଲୀ: ସମସ୍ତଙ୍କ ଜୀବନରେ ରଙ୍ଗର ବେଶ୍‌ ମହତ୍ତ୍ୱ ରହିଛି। ରଙ୍ଗ ହିଁ ମଣିଷ ଜୀବନକୁ ରଙ୍ଗିନ କରିଥାଏ। ଯଦି କେହି ବ୍ୟକ୍ତି ରଙ୍ଗ ଦୃଷ୍ଟିହୀନତାରେ ପୀଡ଼ିତ ହୁଅନ୍ତି, ତେବେ ତାଙ୍କ ଜୀବନ ନର୍କ ସହ ସମାନ ହୋଇଯିବ। ଏମିତି ହେଲେ ପୂରା ଦୁନିଆ ତାଙ୍କୁ ରଙ୍ଗହୀନ ଅର୍ଥାତ୍‌ କଳା ଓ ଧଳା ଦେଖାଯିବ। ନିକଟରେ ଏପରି ଜଣେ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ ବ୍ୟକ୍ତିଙ୍କୁ ତାଙ୍କର ଜଣେ ସାଙ୍ଗ ଏକ ଚଷମା ଦେଲେ। ଏହା ପରେ ତାଙ୍କର ଖୁସିର ଠିକଣା ରହିଲାନି। ପ୍ରକୃତରେ ସେହି ଚଷମାଟି ରଙ୍ଗ ଦୃଷ୍ଟିହୀନତାରେ ପୀଡ଼ିତଙ୍କ ପାଇଁ ଉଦ୍ଦିଷ୍ଟ। ଯେତେବେଳେ ତାଙ୍କ ସାଙ୍ଗ ସେହି ଚଷମାକୁ ଦେଲେ, ବ୍ୟକ୍ତି ଜଣକ ଏ ବାବଦରେ ଜାଣି ନ ଥିଲେ। ସେ ଉକ୍ତ ଚଷମାକୁ ପିନ୍ଧିବାରୁ ତାଙ୍କୁ ପ୍ରଥମ ଥର ସବୁ ରଙ୍ଗିନ ଦେଖାଗଲା। ତାଙ୍କୁ ବିଶ୍ୱାସ ନ ହେବାରୁ ସେ ଚଷମାକୁ ବାରମ୍ବାର ଖୋଲୁଥିଲେ ଏବଂ ପିନ୍ଧୁଥିଲେ। ସେ ତାଙ୍କ ପାଖରେ ଥିବା ସମସ୍ତ ପଦାର୍ଥକୁ ଉତ୍ସାହର ସହ ଦେଖିବାକୁ ଲାଗିଲେ। ଭିଡିଓକୁ ଅଧିକାଂଶ ଲୋକ ବେଶ୍‌ ପସନ୍ଦ କରିଥିବାବେଳେ ଅନେକେ ଏଥିରେ ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି।

Share