Advertisement

ପର୍ଯ୍ୟଟକଙ୍କ ଭିଡ଼ ଦେଖି ମାତିଛନ୍ତି ଅସାଧୁ ବ୍ୟବସାୟୀ, ପ୍ରକୃତ ଦରଠାରୁ ଅଧିକ ନେଇ ଲୁଟୁଥିବା ଅଭିଯୋଗ

ଦାରିଙ୍ଗବାଡ଼ି,୨୯ା୧୨(ଅରୁଣ ସାହୁ): ଏବେ ଚାଲିଛି ପର୍ଯ୍ୟଟନ ଋତୁ। ରାଜ୍ୟ ତଥା ରାଜ୍ୟ ବାହାରୁ ଓଡ଼ିଶାର କଶ୍ମୀର ତଥା କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ଦୈନିକ ଶହ ଶହ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି। ତେବେ ଅଧିକ ମାତ୍ରାରେ ପର୍ଯ୍ୟଟକମାନେ ଦାରିଙ୍ଗବାଡ଼ି ବୁଲିବା ଓ ମଜା ନେବାର ଫାଇଦା ଉଠାଉଛନ୍ତି ସ୍ଥାନୀୟ କିଛି ଅସାଧୁ ବ୍ୟବସାୟୀ। ହୋଟେଲ, ଚା’ଦୋକାନ ଗୁଡ଼ିକରେ ନିମ୍ନମାନର ଖାଦ୍ୟ ପରିବେଷଣ କରିବା ସହ ଉଚିତ ଦରଠାରୁ ଦୁଇଗୁଣା କରି ବିକ୍ରି କରୁଛନ୍ତି। ଏଥିରେ ପର୍ଯ୍ୟଟକମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ବଜାରରେ ଚା’କପ୍‌ ଟିଏ ୫ ଟଙ୍କାରେ ବିକ୍ରି କରୁଥିବାବେଳେ କିଛି ଅସାଧୁ ବ୍ୟବସାୟୀ ଏହାର ଦୁଇ ଗୁଣା ଅଧିକ ବିକ୍ରି କରିବା ସହ ନିମ୍ନମାନର ଖାଦ୍ୟ ସାମଗ୍ରୀ ବିକ୍ରି କରୁଛନ୍ତି।

ଖାଦ୍ୟ ନିରାପତ୍ତା ନ ଥିବା ହୋଟେଲ ଚା’ବ୍ୟବସାୟୀମାନେ ପର୍ଯ୍ୟଟକଙ୍କୁ ଲୁଟୁଥିବା ଜଣେ ପର୍ଯ୍ୟଟକ ବିଭୁଦତ୍ତ ବେହେରା ଉଦ୍‌ବେଗ ପ୍ରକାଶ କରିବା ସହ ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଧ୍ୟାନ ଦେବା ଦରକାର ନ ହେଲେ ଆଗାମୀ ଦିନରେ ପର୍ଯ୍ୟଟକ ଦାରିଙ୍ଗବାଡ଼ିରୁ ମୁହଁ ଫେରେଇ ନେବା ସେ ଆଶଙ୍କା କରିଛନ୍ତି। ମିଲ୍ସ, ଟିଫିନ, ଚା’ଆମିଷ ଭୋଜନ ସହ ସାଦା ଭୋଜନର ମୂଲ୍ୟ ଉଚିତ୍‌ ମୂଲ୍ୟଠାରୁ ଅଧିକ ଦାମ୍‌ରେ ବିକ୍ରି କରାଯାଉଛି। ଫଳରେ କିଛି ଅସାଧୁ ବ୍ୟବସାୟୀ ମାଲାମାଲ ହେଉଛନ୍ତି। ଏପରିକି କିଛି ହୋଟେଲରେ ବାସି ଖାଦ୍ୟ ମଧ୍ୟ ବିକ୍ରି କରାଯାଉଥିବା ଜଣେ ପର୍ଯ୍ୟଟକ ନିଜ ନାମ ଓ ଠିକଣା ଗୋପନ ରଖି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: draringibadi