ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟବାସୀଙ୍କ ଭଲପାଇବା ଦେଖି ବିରୋଧୀଙ୍କ ମୁଣ୍ଡ କାମ କରୁନି

ଭୁବନେଶ୍ୱର,୨୪ା୫(ଅନିଲ ଦାସ):ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଓଡ଼ିଶାବାସୀଙ୍କ ଏତେ ଭଲପାଇବା ଦେଖି ବିରୋଧୀଙ୍କ ମୁଣ୍ଡ କାମ କରୁନି। ବାହାରୁ ବଡ଼ ବଡ଼ ନେତାମାନେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଭାଷାରେ ଗାଳି ଦେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଏପରି ଅସମ୍ମାନିତ କରୁଥିବା ଲୋକଙ୍କୁ ଆପଣ ମୁହଁତୋଡ଼ ଜବାବ ଦିଅନ୍ତୁ ବୋଲି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।
ଗୁରୁବାର ଜଗତ୍‌ସିଂହପୁର ଲୋକ ସଭା ନିର୍ବାଚନମଣ୍ଡଳୀର ନିମାପଡ଼ା, କାକଟପୁର, ନିଆଳି, ବଲିକୁଦା-ଏରସମା, ପାରାଦୀପ, ତିର୍ତ୍ତୋଲ ଓ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ପାଣ୍ଡିଆନ ପ୍ରଚାର କରି ବିରୋଧୀ ଦଳ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କରି ସେ କହିଛନ୍ତି, ଆସାମ ମୁଖ୍ୟମନ୍ତ୍ରୀ ଜାଣିବା ଉଚିତ ଯେ, ନବୀନ ବାବୁ ଆପଣଙ୍କ ଗୁରୁଙ୍କ ଗୁରୁ ସହିତ କାମ କରିଛନ୍ତି। ବାଜପେୟୀଙ୍କ ସରକାରରେ ନବୀନ ବାବୁ ଯେତେବେଳେ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ, ଆପଣ ସେତେବେଳେ ଓକିଲାତି କରୁଥିଲେ। ଆପଣ ଓଡ଼ିଶାବାସୀଙ୍କଠାରୁ ସଂସ୍କାର ଶିଖନ୍ତୁ। ଓଡ଼ିଶା କେବେ ଅତିଥିଙ୍କୁ ଏ ମାଟିରେ ଅସମ୍ମାନିତ କରେନାହିଁ। ମହାପ୍ରଭୁ ଆପଣଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ। ଆମ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କରନ୍ତୁ ନାହିଁ। ଆସାମ ଓ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଆସି କହୁଛନ୍ତି, ଯେ ଓଡ଼ିଶାକୁ ଏକ ନମ୍ବର କରିବେ। ପ୍ରଥମେ ସେମାନେ ଆଗେ ନିଜ ରାଜ୍ୟକୁ ଦେଖନ୍ତୁ, ତା’ପରେ ଓଡ଼ିଶା କଥା ଚିନ୍ତା କରିବେ। ଓଡ଼ିଶାଠାରୁ ସବୁ କ୍ଷେତ୍ରରେ ସେମାନେ ବହୁ ପଛରେ ଅଛନ୍ତି। ଓଡ଼ିଶାକୁ ଏକ ନମ୍ବର କରିବେ ନବୀନ ପଟ୍ଟନାୟକ। ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କଠାରୁ କିଛି ଶିଖିକି ଯାଆନ୍ତୁ, କାମରେ ଲାଗିବ ବୋଲି ପାଣ୍ଡିଆନ କହିଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର ଓ ତାଙ୍କୁ ଅସମ୍ମାନିତ କରିବାକୁ ଓଡ଼ିଶାବାସୀ କେବେ ବରଦାସ୍ତ କରିବେ ନାହିଁ। ଜୁନ ୧ ତାରିଖରେ ଭୋଟର ଏହାର ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନିଜ ପରିବାରର ସଦସ୍ୟ ବୋଲି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଲାଗି ଦିନରାତି କାମ କରୁଛନ୍ତି। ଏ ସରକାର ହେଉଛି ଲୋକଙ୍କ ସରକାର। ଚାଷୀଙ୍କ ସରକାର, ଯୁବପିଢ଼ିର ସରକାର ବୋଲି ପାଣ୍ଡିଆନ କହିଛନ୍ତି। ମହାପ୍ରଭୁଙ୍କ କୃପାରୁ ଓ ରାଜ୍ୟବାସୀଙ୍କ ଆଶୀର୍ବାଦରୁ ସାରା ଓଡ଼ିଶା ମାଲକାନଗିରିରୁ ମୟୂରଭଞ୍ଜ, ସୁନ୍ଦରଗଡ଼ରୁ ଜଗତ୍‌ସିଂହପୁର ପର୍ଯ୍ୟନ୍ତ ସମସ୍ତେ ଜାଣିଗଲେଣି ଯେ, ନବୀନ ପଟ୍ଟନାୟକ ପୁଣି ଥରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ନେବା ପରେ ପ୍ରଥମ ଦସ୍ତଖତ ହେବ ୯୦ ପ୍ରତିଶତ ଲୋକଙ୍କ ପାଇଁ ବିଜୁଳି ବିଲ୍‌ ଛାଡ଼। ଦ୍ୱିତୀୟ ଦସ୍ତଖତରେ ବିଏସ୍‌କେୱାଇରେ ସମସ୍ତେ ସାମିଲ ହେବେ। ବିପିଏଲ୍‌ କାର୍ଡ ନ ଥିଲେ ଏପରିକି ସରକାରୀ ଚାକିରିରେ ଥିଲେ ମଧ୍ୟ ସମସ୍ତେ ବିଏସ୍‌କେୱାଇ କାର୍ଡ ପାଇବେ। ତୃତୀୟରେ ମିଶନଶକ୍ତି ସଦସ୍ୟାମାନଙ୍କ ପାଇଁ ୬୦ ବର୍ଷ ପରେ ପେନ୍‌ସନ ସୁବିଧା ମିଳିବ।
ବିରୋଧୀ ଦଳକୁ ଟାର୍ଗେଟ୍‌ କରି ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ମାଗଣା ବିଜୁଳି ଘୋଷଣା ଶୁଣି ଭାଜପା କହୁଛି ମାଗଣା ବିଜୁଳି ଦେବ। କିନ୍ତୁ ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଜମା କରିବାକୁ ପଡ଼ିବ। ସୋଲାର ପ୍ୟାନେଲ ମାଧ୍ୟମରେ ସୂର୍ଯ୍ୟକିରଣରୁ ବିଜୁଳି ପାଇବେ। ସେମାନେ ଆପଣଙ୍କୁ ଦିନରେ ଲଣ୍ଠନ ଦେଖାଉଛନ୍ତି, ଏମାନଙ୍କୁ ଚିହ୍ନିକି ରଖନ୍ତୁ ବୋଲି ପାଣ୍ଡିଆନ କହିଛନ୍ତି। ବିଜୁ ଜନତା ଦଳ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ସେ ଭୋଟରଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭୮ ବର୍ଷରେ ରାଜଧାନୀ ଭୁବନେଶ୍ୱର: ବିକାଶଧାରାରେ ନୂଆ ସହର

ଦିନ ଥିଲା ଭୁବନେଶ୍ୱର କହିଲେ ଓଲ୍ଡଟାଉନ୍‌, କପିଳ ପ୍ରସାଦ, କପିଳେଶ୍ୱର ଏବଂ ସାମନ୍ତରାପୁର ଆଦି ଅଞ୍ଚଳକୁ ବୁଝାଉଥିଲା। ଐତିହ୍ୟ, କଳା, ସଂସ୍କୃତି, ପରମ୍ପରା ଥିଲା ଏହି...

୩ ମଣ୍ଡଳ ସଭାପତିଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର: ଜିଲା ଭାଜପା ସଭାପତିଙ୍କୁ ଫେରାଦ

ପାଟଣା,୧୪ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଭାଜପା ମଧ୍ୟରେ ଅନ୍ତର୍ଦ୍ୱନ୍ଦ୍ୱ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପାଟଣା ବିଧାୟକ ଓ ସଙ୍ଗଠନ ଦାୟିତ୍ୱରେ...

Jallianwala Bagh Massacre Day: ଆଜି ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ ଦିବସ, ଜାଣନ୍ତୁ ଏହାର ଇତିହାସ, ତ୍ୟାଗ ପଛର କାହାଣୀ

ଆଜି ଅପ୍ରେଲ ୧୩, ଜାଲିଆନାୱାଲାବାଗ ହତ୍ୟାକାଣ୍ଡର ୧୦୬ତମ ବାର୍ଷିକୀ। ୧୯୧୯ ମସିହାର ଏହି ଦିନ ଭାରତୀୟ ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ଭାବେ ଯୋଡ଼ି ହୋଇଥିଲା।...

ସମ୍ବଲପୁରରେ ପୁଣି ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ସମ୍ବଲପୁର,୧୩।୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଏକମାସ ବ୍ୟବଧାନରେ ଅପରାଧିଙ୍କୁ ପୋଲିସ ଏନକାଉଣ୍ଟର ପୁଣି ଏକ ଘଟଣା ସାମ୍ନାକୁ ଆସିଛି। ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ରଙ୍ଗିଆଟିକରା...

ମହିଳା ଓାର୍ଡମେମ୍ବରଙ୍କ ଚୋରାମଦ କାରବାର ଭିଡିଓ ଭାଇରାଲ: ଦୋକାନରେ ମଦ ବିକୁଛନ୍ତି ଜନ ପ୍ରତିନିଧି

ପାଟଣା,୧୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲାର ଉଭୟ ପାଟଣା ଅବକାରୀ ପୋଲିସ ନିଷ୍କ୍ରିୟତା ଯୋଗୁ ଗାଁଗାଁରେ ଚୋରା ମଦ କାରବାର ବୃଦ୍ଧି ପାଉଥିବା ବେଳେ ଜଣେ...

ସମୃଦ୍ଧ ଓଡ଼ିଶାକୁ ସାକାର କରିବ ଆୟୁଷ୍ମାନ ଭାରତ

”ଆରୋଗ୍ୟମ୍‌ ପରମଂ ଭାଗ୍ୟଂ ସ୍ବାସ୍ଥ୍ୟଂ ସର୍ବାର୍ଥସାଧନମ୍‌“ ଆମ ଶାସ୍ତ୍ର କୁହେ, ସୁସ୍ଥ ରହିବା ହେଉଛି ପରମ ସୌଭାଗ୍ୟ। ସୁସ୍ଥ ବ୍ୟକ୍ତି ଦ୍ବାରା ସମସ୍ତ କାର୍ଯ୍ୟର ସିଦ୍ଧି...

ଗୌରବ ଖାନ୍ନା ସେଲିବ୍ରିଟି ମାଷ୍ଟରଶେଫ୍‌

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତା ଗୌରବ ଖାନ୍ନା ‘ସେଲିବ୍ରିଟି ମାଷ୍ଟରଶେଫ୍‌’ ପ୍ରଥମ ସିଜନର ଟାଇଟଲ ହାସଲ କରିଛନ୍ତି। ଶୁକ୍ରବାର ରାତିରେ ଆୟୋଜିତ ଗ୍ରାଣ୍ଡ ଫିନାଲେ...

ଟ୍ରକ ପଛକୁ ପିଟିଲା ଯାତ୍ରୀବାହୀ ବସ୍‌; ୩୦ରୁ ଉଦ୍ଧର୍‌ବ ଯାତ୍ରୀ…

ଖଲ୍ଲିକୋଟ,୧୩।୪(ପ୍ରଶାନ୍ତ କୁମାର ମିଶ୍ର): ସକାଳୁ ସକାଳୁ ବଡ଼ ଦୁର୍ଘଟଣା। ଖଲ୍ଲିକୋଟ ଥାନା ୧୬ ନମ୍ବର ଜାତୀୟ ରାଜପଥର ଲଙ୍ଗଳେଶ୍ବର ରିଲିଆନ୍ସ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image