ଗୁଟ୍ଖା ସେବନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। କିନ୍ତୁ ଲୋକମାନେ ଏହାକୁ ଗୁରୁତ୍ୱ ଦିଅନ୍ତି ନାହିଁ। ରାସ୍ତା ହେଉ କି ବସ କିମ୍ବା ଟ୍ରେନ, ଅଫିସରେ ଲୋକେ ଗୁଟ୍ଖା ଖାଉଥିବା ସହଜରେ ଦେଖିବାକୁ ମିଳେ। ଗୁଟ୍ଖା ଖାଉଥିବା ଲୋକେ କେବଳ ସେମାନଙ୍କର ସ୍ବାସ୍ଥ୍ୟକୁ ନଷ୍ଟ କରନ୍ତି ନାହିଁ, ବରଂ ଛେପ ପକାଇ ପରିବେଶକୁ ମଧ୍ୟ ପ୍ରଦୂଷିତ କରନ୍ତି। ଆଜିକାଲି ଏକ ଗୁଟ୍ଖା ଦୋକାନର ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଦୋକାନଟିର ନାମ ଶୁଣି ଲୋକେ ମାଲିକଙ୍କୁ ପ୍ରଶଂସା କରିବାକୁ ଆଦୌ ଭୁଲି ନାହାନ୍ତି।
ରାସ୍ତା ପାର୍ଶ୍ୱରେ ଏହା ଏକ ଛୋଟ ଗୁଟ୍ଖା ଷ୍ଟଲ ପରି ଦୋକାନ। ଦୋକାନରେ ବିଭିନ୍ନ ପାନ-ମସଲା ଝୁଲୁଥିବାର ଦେଖାଯାଏ। ଦୋକାନର ନାମ ହେଉଛି ‘ଦି କ୍ୟାନ୍ସର୍ ହବ୍’। ଗୁଟ୍ଖା ସ୍ବାସ୍ଥ୍ୟ ପ୍ରତି ହାନିକାରକ ଏହା ସମସ୍ତେ ଜାଣନ୍ତି। କିନ୍ତୁ ଦୋକାନୀ ନିଜେ ଏହାକୁ ଗ୍ରହଣକରି ଦୋକାନର ନାମ ଏପରି ରଖିବା ନିହାତି ପ୍ରଶଂସନୀୟ। ନିକଟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଲିଙ୍କଡିନ୍ରେ ଡା.ମାୟିଲଭେଲନାଥନ ବିବେକାନଥାନ ନାମକ ଜଣେ ୟୁଜର୍ସ ଏହି ମଜାଳିଆ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ସହିତ, ବ୍ୟକ୍ତି ଲେଖିଛନ୍ତି – ଏହା ହେଉଛି ସଚ୍ଚୋଟ ଦୋକାନ।