ହାଇଦ୍ରାବାଦ,୨୭।୧୧ : ତେଲଙ୍ଗାନା ବିଧାନସଭା ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ଅଧାରୁ ତାଙ୍କ ଭାଷଣ ବନ୍ଦ କରିବାକୁ ପଡିଛି। ଏଥର ମଧ୍ୟ ଏହାର କାରଣ ହେଲା ଲୋକମାନେ ଖମ୍ବ ଉପରକୁ ଚଢ଼ିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଲୋକମାନଙ୍କୁ ଖମ୍ବରୁ ଓହ୍ଲାଇବାକୁ ନିବେଦନ କରୁଥିବାର ଦେଖିବାକୁ ମିଳୁଛି। ଏହାପୂର୍ବରୁ ସେ ମଧ୍ୟ ହାଇଦ୍ରାବାଦରେ ପ୍ରଧାନମନ୍ତ୍ରୀ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ।
ଏକ ମିଡିଆ ରିପୋର୍ଟ ଅନୁଯାୟୀ, ପିଏମ ମୋଦି ହିନ୍ଦୀରେ ଅନୁରୋଧ କରୁଛନ୍ତି, ’ଯେଉଁମାନେ ଖମ୍ବ ଉପରକୁ ଚଢ଼ିଛନ୍ତି, ମୁଁ ସେମାନଙ୍କୁ ଓହ୍ଲାଇବାକୁ ନିବେଦନ କରୁଛି। ମୁଁ ବୁଝିପାରୁଛି ଆପଣମାନଙ୍କ ମଧ୍ୟରୁ ଅନେକ ମୋତେ ଦେଖି ପାରୁ ନ ଥିବାରୁ ଏଭଳି କରୁଛନ୍ତି। କିନ୍ତୁ ଯଦି କେହି ଖସି ତଳେ ପଡିଯିବେ ତେବେ ମୁଁ ବହୁତ ଦୁଃଖିତ ହେବି। ଦୟାକରି ତଳକୁ ଓହ୍ଲାନ୍ତୁ। ଏକ ସର୍ଟ ସର୍କିଟ ହୋଇପାରେ। ଏହା ଠିକ ନୁହେଁ। ମୁଁ ଆପଣମାନଙ୍କ ପାଇଁ ଏଠାକୁ ଆସିଛି। ଏପରି କରିବାର କୌଣସି ଆବଶ୍ୟକତା ନାହିଁ ।