କୁହାଯାଏ, ପୁଅ ନିଜ ମା’ଙ୍କ ଏବଂ ଝିଅ ପିତାଙ୍କ ନିକଟତର। ଆପଣ ମଧ୍ୟ ଏହା ନିଶ୍ଚୟ ଏଭଳି ଅନୁଭବ କରିଥିବେ । ସୋସିଆଲ ମିଡିଆରେ ବାପା-ଝିଅଙ୍କ ପ୍ରେମର ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖି ଲୋକେ ଭାବପ୍ରବଣ ହୋଇପଡ଼ିଛନ୍ତି।
ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ବ୍ୟକ୍ତି ତାଙ୍କ ଝିଅ ସହ ଲୋକାଲ ଟ୍ରେନରେ ଯାତ୍ରା କରୁଛନ୍ତି। ଝିଅ ନିଜ ବାପାଙ୍କୁ ଖାଇବାକୁ ଦେବାକୁ ଚେଷ୍ଟା କରୁଛି ଏବଂ ବାପା ମଧ୍ୟ ଇଶାରାରେ ନିଜେ ପ୍ରଥମେ ଖାଇବାକୁ କହୁଛନ୍ତି। ଦୁହିଁଙ୍କ ମଧ୍ୟରେ ଥିବା ପ୍ରେମ ଇଣ୍ଟରନେଟ ୟୁଜର୍ସଙ୍କ ହୃଦୟ ଜିତି ନେଉଛି। ଏହି ଭିଡିଓକୁ ଝାଡଖଣ୍ଡ ମର ଡେପୁଟି କଲେକ୍ଟର ସଞ୍ଜୟ କୁମାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଶେୟାର କରିଛନ୍ତି। ଏହା ସହ ସେ କ୍ୟାପସନରେ ଲେଖିଛନ୍ତି, ଝିଅମାନଙ୍କ ଉପସ୍ଥିତି ହିଁ ବାପାଙ୍କ ସଂଘର୍ଷର ଯାତ୍ରାକୁ ସୁଖମୟ କରିଥାଏ..!! ଆଶ୍ଚର୍ଯ୍ୟ।
ଏହି ଭିଡିଓକୁ ନେଇ ଅନେକ ୟୁଜର୍ସ ପ୍ରତିକ୍ରିୟା ରଖିଛନ୍ତି। ମାତ୍ର ୧୮ ସେକେଣ୍ଡର ଏହି ଭିଡିଓରେ ଲୋକମାନେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଏହି ଭିଡିଓକୁ ଲୋକେ ହଜାର ହଜାର ଥର ଦେଖିସାରିଲେଣି।
बेटियों की मौजूदगी मात्र ही पिता के संघर्षों के सफ़र को खुशनुमा बना देती है ..!!
💕#नि:शब्द pic.twitter.com/CpSBIkjaoW— Sanjay Kumar, Dy. Collector (@dc_sanjay_jas) February 26, 2024