ଏହି ବ୍ୟକ୍ତିଙ୍କୁ ଦେଖି ପ୍ରବଳ ସୁନା ପିନ୍ଧୁଥିଲେ ବାପି ଲାହିରି

ବଲିଉଡ ଗାୟକ ତଥା କମ୍ପୋଜର ବାପି ଲାହିରିଙ୍କ ଆଜି ୭୦ତମ ଜନ୍ମବାର୍ଷିକୀ ପାଳନ କରାଯାଉଛି। ଯଦିଓ ସେ ଏବେ ଦୁନିଆରେ ନାହାନ୍ତି, କିନ୍ତୁ ତାଙ୍କ ଗୀତଗୁଡିକ ଆଜି ଚିରସବୁଜ ହୋଇ ରହିଛି। ସେ ୫୦୦ରୁ ଅଧିକ ଗୀତ ରଚନା କରିଥିବା ବାପି ଜଣେ କିମ୍ବଦନ୍ତୀ ଗାୟକ ଭାବେ ପ୍ରସିଦ୍ଧି ଅର୍ଜନ କରିଥିଲେ। ପପ ମ୍ୟୁଜିକକୁ ବଲିଉଡର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କରିବାର ଶ୍ରେୟ ମଧ୍ୟ ବାପି ଲାହିରିକୁ ଯାଇଥାଏ। ୮୦ ଦଶକରେ ତାଙ୍କର ଗୀତ ହେଉ କିମ୍ବା ଶେଷ ପର୍ଯ୍ୟନ୍ତ ଗାଇଥିବା କୌଣସି ଗୀତ ହେଉ, ତାଙ୍କର ଅନନ୍ୟ ଶୈଳୀ ସର୍ବଦା ଦର୍ଶକଙ୍କୁ ପସନ୍ଦ ଆସିଥିଲା। କିନ୍ତୁ ବାପି ଲାହିରି କେବଳ ଗୀତ ଯୋଗୁ ନୁହେଁ, ସୁନା ପାଇଁ ମଧ୍ୟ ପ୍ରସିଦ୍ଧି ଅର୍ଜନ କରିଥିଲେ। ସେ ସବୁବେଳେ ପ୍ରବଳ ସୁନା ପିନ୍ଧୁଥିଲେ। ତେବେ ସେ ଏତେ ସୁନା କାହିଁକି ପିନ୍ଧିଥାନ୍ତି ସେନେଇ ପ୍ରଶ୍ନ ଉଠୁଥିଲା। ଏକ ସାକ୍ଷାତକାରରେ ବାପି ନିଜେ ଏହି କଥା ପ୍ରକାଶ କରିଥିଲେ। ହଲିଉଡର କଳାକାର ପାଇଁ ସେ ସୁନା ପିନ୍ଧିବା ଆରମ୍ଭ କରିଥିଲେ। କହିଥିଲେ- ମୁଁ ହଲିଉଡର କଳାକାର ଏଲଭିସ ପ୍ରେସଲିଙ୍କୁ ବହୁତ ପସନ୍ଦ କରୁଥିଲି। ସେ ସବୁବେଳେ ସୁନା ଚେନ ପିନ୍ଧୁଥିଲେ। ତାଙ୍କ ଶୈଳୀରେ ମୁଁ ପ୍ରଭାବିତ ହୋଇଥିଲ। ତାଙ୍କୁ ଦେଖି ବାପି ନିଷ୍ପତ୍ତି ନେଇଥିଲେ ଯେ ସେ ଅଧିକ ସୁନା ପିନ୍ଧିଲେ ସଫଳ ହେବେ। ସେବେଠୁ ସେ ସୁନା ପିନ୍ଧିବା ଆରମ୍ଭ କଲେ। ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ପାଖରେ ୭୫୪ ଗ୍ରାମ ସୁନା ଏବଂ ୪.୬୨ ଗ୍ରାମ ରୂପା ଥିଲା।

Share