‘ମୋ ଦେଶବାସୀଙ୍କଠାରୁ ନ୍ୟାୟ ଚାହୁଁଛି’, ପଳାୟନ ପରେ ପ୍ରଥମ ଥର ମୁହଁ ଖୋଲିଲେ ଶେଖ ହସିନା

ନୂଆଦିଲ୍ଲୀ,୧୩।୮: ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଢାକା ଛାଡିବା ପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି। ପ୍ରଥମ ମନ୍ତବ୍ୟରେ ହସିନା କହିଛନ୍ତି ଯେ ଦେଶରେ ଦଙ୍ଗାକାରୀଙ୍କୁ ଦଣ୍ଡ ଦିଆଯାଉ। ଏଥିସହିତ ସେ ତାଙ୍କ ପିତା ଶେଖ ମୁଜିବୁର ରହମାନଙ୍କ ପ୍ରତିମୂର୍ତ୍ତିରେ ଭଙ୍ଗାରୁଜା ପାଇଁ ନ୍ୟାୟ ଲୋଡିଛନ୍ତି, ଯିଏକି ବାଂଲାଦେଶର ପ୍ରତିଷ୍ଠାତା ତଥା ଦେଶର ଜନକ ଅଟନ୍ତି।

ହସିନାଙ୍କ ପୁଅ ଏକ୍ସ’ରେ ପୋଷ୍ଟ କରିଥିବା ଏକ ତିନି ପୃଷ୍ଠାର ଭାବପ୍ରବଣ ବିବୃତ୍ତିରେ ଶେଖ ହସିନା ୧୫ ଅଗଷ୍ଟ ୧୯୭୫ ରେ ତାଙ୍କ ପିତାଙ୍କୁ ହତ୍ୟା କରାଯିବା ପରେ ସେ ହରାଇଥିବା ପରିବାର ସଦସ୍ୟଙ୍କ ବିଷୟରେ ମନେ ପକାଇଛନ୍ତି। ମୁଜିବୁର ରହମାନଙ୍କ ପୁଅ ଏବଂ ପତ୍ନୀ, ଭାଇଙ୍କ ପରିବାର, ଘନିଷ୍ଠ ସହକର୍ମୀ ଏବଂ ସହଯୋଗୀମାନଙ୍କୁ ସେଦିନ ରାତିରେ ସେନା ହତ୍ୟା କରିଥିଲା।

ଏହାପରେ ସେ କହିଛନ୍ତି ଯେ ବିରୋଧ ନାମରେ ସାରା ଦେଶରେ ବିନାଶର ନୃତ୍ୟରେ ଛାତ୍ର, ପୋଲିସ, ସାମ୍ବାଦିକ, ସାମାଜିକ କର୍ମୀ, ସାଧାରଣ ଲୋକ , ଆୱାମୀ ଲିଗ୍ ର ନେତା ଏବଂ କର୍ମୀ, ପଥଚାରୀ ଏବଂ ଅଫିସ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।”

“ଯେଉଁମାନେ ମୋ ପରି ନିଜ ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ପାଇଁ ମୁଁ ମୋର ଗଭୀର ସମବେଦନା ଜଣାଉଛି। ଏହି ହତ୍ୟା, ଏହି ବିନାଶରେ ଜଡିତ ଥିବା ବ୍ୟକ୍ତିଙ୍କ ପାଇଁ ମୁଁ ଦାବି କରୁଛି ଯେ ଅନୁସନ୍ଧାନ କରାଯାଉ ଏବଂ ସେମାନଙ୍କୁ ଧରାଯିବା ଉଚିତ ଏବଂ ଉପଯୁକ୍ତ ଦଣ୍ଡ ଦିଆଯାଉ।”

ବିକ୍ଷୋଭକାରୀମାନେ କେବଳ ତାଙ୍କୁ ଟାର୍ଗେଟ କରିନଥିଲେ, ସେ ଯେଉଁ ଘରେବାଢ଼ିଥିଲେ ସେହି ଘରକୁ ମଧ୍ୟ ଟାର୍ଗେଟ କରିଥିଲେ, ଯାହା ସଂଗ୍ରହାଳୟରେ ପରିଣତ ହୋଇଥିଲା ଏବଂ ବିଦେଶୀ ଉପକୂଳରୁ ବହୁ ମହାନ ତଥା ଶକ୍ତିଶାଳୀ ଲୋକ ଏହାକୁ ପରିଦର୍ଶନ କରିଥିଲେ।

“ତାହା ବର୍ତ୍ତମାନ ମାଟିରେ ମିଶି ଯାଇଛି,,, ଏବଂ ଆମର ସ୍ମୃତି – ଯାହା ପାଉଁଶ ହୋଇଯାଇଛି … । ମୁଜିବୁର ରହମାନଙ୍କ ପ୍ରତି କରାଯାଇଥିବା ଅସମ୍ମାନ ସହିତ, ଯାହାଙ୍କର ନେତୃତ୍ୱରେ ଆମେ ଆମର ସ୍ୱାଧୀନତା, ସ୍ୱୀକୃତି, ଆତ୍ମ ସମ୍ମାନ ପାଇଁ ରକ୍ତ ବୁହାଇଥିବା ହଜାର ହଜାର ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରାଯାଇଛି …। ମୁଁ ମୋର ଦେଶବାସୀଙ୍କ ପାଇଁ ଏଥିପାଇଁ ନ୍ୟାୟ ଦାବି କରୁଛି ବୋଲି ସେ କହିଛନ୍ତି।

Share