Categories: ଜାତୀୟ

ପିଏମ୍‌ କେୟାର୍ସ ପାଣ୍ଠିର ହିସାବ ଦିଅ: ମୋଦିଙ୍କୁ ଚିଠି ଲେଖିଲେ ୧୦୦ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ

ନୂଆଦିଲ୍ଲୀ,୧୭।୧: ପିଏମ୍‌ କେୟାର୍ସ ପାଣ୍ଠିର ହିସାବ ମାଗିଛନ୍ତି ୧୦୦ ଜଣ ପ୍ରଶାସନିକ ଅଧିକାରୀ। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନେଇ ଚିଠି ଲେଖିଛନ୍ତି। ପାଣ୍ଠିର ହିସାବରେ ସ୍ବଚ୍ଛତା ଉପରେ ସେମାନେ ପ୍ରଶ୍ନ କରିଛନ୍ତି। କରୋନା ମହାମାରୀ ପାଇଁ ୨୦୨୦ ମାର୍ଚ୍ଚରେ ପିଏମ୍‌ କେୟାର୍ସ ପାଣ୍ଠି ଗଠନ କରାଯାଇଥିଲା। ପ୍ରଭାବିତ ହୋଇଥିବା ଜନସାଧାରଣଙ୍କୁ ଆବଶ୍ୟକ ସହାୟତା ଏହି ପାଣ୍ଠି ଦ୍ୱାରା ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ତେବେ ଏହାର ସ୍ବଚ୍ଛତା ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠିବା ଆରମ୍ଭ କରିଥିଲା। ମୋଦିଙ୍କଠାରୁ ହିସାବ ଲୋଡ଼ା ଯାଇଥିବା ଚିଠିରେ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଅନୀତା ଅଗ୍ନିହୋତ୍ରୀ, ଏସ୍‌.ପି. ଆମ୍ବ୍ରୋସ୍‌, ଶରଦ ବେହାର, ସାଜଦ୍‌ ହାସନ୍‌, ହର୍ଷ ମେଣ୍ଡର, ପି. ଜୟ ଓମେନ୍‌, ଅରୁଣ ରାୟ, ପୂର୍ବତନ କୂଟନୈତିକ ମଧୁ ଭାଦୁରୀ, କେ.ପି. ଫାବିଆନ୍‌, ଦେବ ମୁଖାର୍ଜୀ, ସୁଜାତା ସିଂ, ପୂର୍ବତନ ଆଇପିଏସ୍‌ ଅଫିସର ଏ.ଏସ୍‌. ସୌଲତ, ପି.ଜି. ଜେ. ନାମପୋଥିରି, ଜୁଲିଓ ରିବେରିଓ ପ୍ରମୁଖଙ୍କ ଦସ୍ତଖତ ରହିଛି।

Share