Categories: ଖେଳ

ସୀମା ବିସ୍‌ଲା ୧ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୫ା୮: ଏସିଆନ୍‌ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ବିଜୟିନୀ ରେସ୍‌ଲର ସୀମା ବିସ୍‌ଲାଙ୍କୁ ଏକ ବର୍ଷ ପାଇଁ ବାସନ୍ଦ କରାଯାଇଛି। ନାଡାର ଆଣ୍ଟି ଡୋପିଂ ଡିସିପ୍ଲିନାରୀ କମିଟି(ଏଡିଡିପି) ପକ୍ଷରୁ ଏହି ଦଣ୍ଡାଦେଶ ପ୍ରଦାନ କରାଯାଇଛି। କେଉଁ ସ୍ଥାନରେ ଅଛନ୍ତି ସେ ସମ୍ପର୍କରେ ସୂଚନା ଦେଇ ନ ଥିବା କାରଣରୁ ବାସନ୍ଦ କରାଯାଇଛି। ୩୦ ବର୍ଷୀୟ ସୀମାଙ୍କୁ ଜୁଲାଇ ୨୧ ତାରିଖରେ ବାସନ୍ଦ କରାଯାଇଥିଲା। କାଜାଖସ୍ତାନରେ ଅନୁଷ୍ଠିତ ଏସିଆନ୍‌ ଚାମ୍ପିୟନଶିପ୍‌ ୨୦୨୧ରେ ୫୦ କିଗ୍ରା ଓଜନ ବର୍ଗରେ ସୀମା ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ଟୋକିଓ ୨୦୨୧ରେ ରାଉଣ୍ଡ ଅଫ୍‌ ୧୬ରୁ ବିଦାୟ ନେଇଥିଲେ।

Share