Categories: ଜାତୀୟ

ପାକିସ୍ତାନ ଫେରିଯିବେ ସୀମା ହାଇଦାର

ନୂଆଦିଲ୍ଲୀ,୨୦।୭: ପାକିସ୍ତାନ ଫେରିଯିବେ ସୀମା ହାଇଦାର। ପବିଜି ଖେଳି ସୀମା ପାର୍‌ କରି ଭାରତ ଆସିଥିବା ସୀମାଙ୍କୁ ପାକିସ୍ତାନ ଫେରାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର। ବେଆଇନ ଭାବେ ସୀମା ପାର କରିଥିବାରୁ ତାଙ୍କୁ ଭାରତରୁ ଡିପୋର୍ଟ କରାଯିବା ନେଇ ଚର୍ଚ୍ଚା ଚାଲିଛି। ଭାରତକୁ ପ୍ରବେଶ କରିବା ବେଳେ ତାଙ୍କ ପାଖରେ କୌଣସ ଭିଜା ନ ଥିଲା। କେବଳ ଏତିକି ନୁହେଁ, ସୀମା ତାଙ୍କ ସହିତ ତାଙ୍କ ୪ଟି ପିଲାଙ୍କୁ ବେଆଇନ ଭାବେ ଭାରତ ଆଣିଛନ୍ତି। ଏନେଇ ସୀମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଦେଶରୁ ବିତାଡିତ କରାଯିବ। କିନ୍ତୁ ଏହାପୂର୍ବରୁ ଏଜେନ୍ସିମାନେ ତାଙ୍କୁ ପଚରାଉଚରା କରିବେ ବୋଲି କହିଛନ୍ତି।

Share