Categories: ଜାତୀୟ

ସାମ୍ନାକୁ ଆସିଲା ସୀମା-ସଚିନଙ୍କ ବିବାହର ଫଟୋ, ମଥାରେ ସିନ୍ଦୁର ଲଗାଇ…

ନୋଏଡା,୨୧।୭: ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦାରଙ୍କୁ ନେଇ ଲଗାତାର ଅନୁସନ୍ଧାନ ଜାରି ରହିଛି। ସୀମା ନେପାଳ ଦେଇ ପାକିସ୍ତାନରୁ ଆସି ଗ୍ରେଟର ନୋଏଡାରେ ପ୍ରେମିକ ସଚିନଙ୍କ ସହ ରହି ଆସୁଥିଲେ। ଏହି ଘଟଣା ଜଣାପଡ଼ିବା ପରେ ୟୁପି ପୋଲିସ ତାଙ୍କୁ ହେପାଜତକୁ ନେଇ ପଚରାଉଚରା କରିଥିଲା। ସୀମା ପ୍ରତିଟି ପ୍ରଶ୍ନର ଉତ୍ତର ଦେଇଥିଲେ। ସେଥିରୁ ଗୋଟିଏ ଥିଲା ସଚିନଙ୍କ ସହ ସେ ନେପାଳର ଏକ ମନ୍ଦିରରେ ବିବାହ କରିଥିଲେ। ଏବେ ଉଭୟଙ୍କ ଏହି ବିବାହର ଫଟୋ ସାମ୍ନାକୁ ଆସିଛି।

ଫଟୋରେ ସୀମାଙ୍କୁ ବଧୂ ବେଶରେ ଦେଖାଯାଉଛି। ସେ ବେକରେ ଫୁଲମାଳ ପକାଇଛନ୍ତି। ସେମାନଙ୍କ ସହ ୩ ସନ୍ତାନ ରହିଛନ୍ତି। ନେପାଳରେ ଏହି କଳାଧଳା ଫଟୋ ଉଠାଯାଇଥିବା ବେଳେ ସୀମା ଏହାକୁ ପୋଲିସକୁ ଦେଖାଇଛନ୍ତି। ଅନ୍ୟଏକ ଫଟୋରେ ସୀମା ସଚିନଙ୍କ ପାଦ ଛୁଉଁଛନ୍ତି।

ଦେଖନ୍ତୁ ଫଟୋ:

Share