Categories: ଜାତୀୟ

ଏବେ ସୀମା ହାଇଦରଙ୍କୁ ମିଳିବ ଭାରତର ନାଗରିକତା, ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୧୨।୩: ଲୋକ ସଭା ନିର୍ବାଚନ ପୂର୍ବରୁ ସୋମବାର ଦେଶରେ ନାଗରିକତା ସଂଶୋଧନ ନିୟମ (ସିଏଏ) ଲାଗୁ କରିବା ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ନାଗରିକତା ସଂଶୋଧନ ନିୟମ (ସିଏଏ) ଅନୁଯାୟୀ, ୩୧ ଡିସେମ୍ବର ୨୦୧୪ ପୂର୍ବରୁ ବାଂଲାଦେଶ, ପାକିସ୍ଥାନ ଏବଂ ଆଫଗାନିସ୍ତାନରୁ ଭାରତକୁ ଆସିଥିବା ହିନ୍ଦୁ, ଶିଖ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନଙ୍କ ସମେତ ର୍ନିଯାତନାର ସମ୍ମୁଖୀନ ହୋଇଥିବା ଅଣ-ମୁସଲମାନ ପ୍ରବାସୀ ଭାରତୀୟଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯିବ।

ସିଏଏ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଏହି ତିନୋଟି ଦେଶରୁ ନିର୍ଯାତିତ ଅଣ ମୁସଲମାନ ପ୍ରବାସୀ ଭାରତୀୟ (ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନ)ମାନଙ୍କୁ ଭାରତୀୟ ନାଗରିକତ୍ୱ ଦେବା ଆରମ୍ଭ କରିବେ।

୨୦୧୯ରେ ଡିସେମ୍ବର ସିଏଏ ସଂସଦରେ ପାରିତ ହୋଇଥିଲା ଏବଂ ପରେ ଏହା ରାଷ୍ଟ୍ରପତିଙ୍କ ସହମତି ମଧ୍ୟ ପାଇଥିଲା, କିନ୍ତୁ ଏହାକୁ ବିରୋଧ କରି ଦେଶର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ଯେ ପାକିସ୍ତାନରୁ ଆସି ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନାଗରରେ ରହୁଥିବା ସୀମା ହାଇଦରଙ୍କୁ ଭାରତର ନାଗରିକତ୍ୱ ମିଳିବ କି?

ଏହି ନିୟମ ଅନୁଯାୟୀ, ୩୧ ଡିସେମ୍ବର ୨୦୧୪ ପୂର୍ବରୁ ବାଂଲାଦେଶ, ଆଫଗାନିସ୍ତାନ ଏବଂ ପାକିସ୍ଥାନରୁ ଆସିଥିବା ଅଣ-ମୁସଲମାନମାନେ ନାଗରିକତ୍ୱ ପାଇପାରିବେ। ତେବେ ୨୦୨୩ରେ ସୀମା ହାଇଦର ଭାରତକୁ ବେଆଇନ ଭାବେ ଆସିଥିଲେ।

 

Share