Categories: ଜାତୀୟ

ପାକିସ୍ତାନ ସେନାରେ ସୀମାଙ୍କ ପରିବାର: ଭାଇ କରାଚିରେ ସୈନିକ, ଦାଦା ଇସଲାମାବାଦରେ ଅଫିସର

ନୂଆଦିଲ୍ଲୀ,୧୯।୭: ପାକିସ୍ତାନରୁ ଭାରତ ଚାଲିଆସିଥିବା ସୀମା ହାଇଦରଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦୁଇଦିନ ଧରି ତାଙ୍କୁ ୟୁପି ଏଟିଏସ୍‌ ପଚରାଉଚରା କରୁଛି। ଏସବୁ ଭିତରେ ସୀମାଙ୍କ ପରିବାରରୁ ଦୁଇଜଣ ପାକିସ୍ତାନ ସେନାରେ ଥିବା ଜଣାପଡ଼ିଛି। ତାଙ୍କ ଦାଦା ସେନାରେ ଅଫିସର ଥିବା ବେଳେ ଇସଲାମାବାଦରେ ପୋଷ୍ଟିଂ ହୋଇଛନ୍ତି। ସେହିଭଳି ଭାଇ ଆସିଫ ସେନାରେ ଅଛନ୍ତି। ତାଙ୍କ ପୋଷ୍ଟିଂ କରାଚିରେ ହୋଇଛି।

ପ୍ରକାଶ ଥାଉ କି, ସୀମା ନିଜ ସାଙ୍ଗରେ ୪ ପିଲାଙ୍କୁ ଧରି ୟୁପିରେ ଥିବା ପ୍ରେମିକ ସଚିନଙ୍କ ପାଖକୁ ଚାଲିଆସିଛନ୍ତି। ହେଲେ ସେ ପାକିସ୍ତାନୀ ଗୁପ୍ତଚର ହୋଇଥିବା ସନ୍ଦେହ କରାଯାଉଛି। ଏହି ପରିପ୍ରେକ୍ଷୀରେ ତାଙ୍କୁ ପଚରାଉଚରା କରାଯାଉଛି। ଅପରପକ୍ଷେ ତାଙ୍କ ସ୍ବାମୀ ଗୁଲାମ ଲଗାତାର ଭିଡିଓ କରି ସ୍ତ୍ରୀ ପିଲାଙ୍କୁ ତାଙ୍କ ପାଖକୁ ପଠାଇ ଦିଆଯାଉ ବୋଲି ଭାରତ ସରକାରଙ୍କୁ ନେହୁରା ହେଉଛନ୍ତି। ସୀମା କିନ୍ତୁ ଫେରିବେ ନାହିଁ ବୋଲି ଜିଦ୍‌ରେ ଅଟଳ ଅଛନ୍ତି।

Share