Categories: ଜାତୀୟ

ସୀମା ହାଇଦରଙ୍କୁ ପ୍ରଥମଥର ୟୁଟ୍ୟୁବରୁ ମିଳିଲା ଟଙ୍କା: ଏହି କାର୍ଯ୍ୟରେ କଲେ ବିନିଯୋଗ

ଲକ୍ଷ୍ନୌ,୨।୧୧: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ ପ୍ରଥମ ରୋଜଗାର ଟଙ୍କା ମିଳିଛି। ସେ ଏହି ଟଙ୍କା ୟୁଟ୍ୟୁବରୁ ପାଇଛନ୍ତି। ପ୍ରଥମଥର ରୋଜଗାର ଟଙ୍କା ପାଇବା ପରେ ସୀମା ବହୁତ ଖୁସି ଅଛନ୍ତି। ବିଶେଷ କଥା ହେଉଛି କରବାଚୌଥର କିଛି ଦିନ ପୂର୍ବରୁ ସୀମା ଏହି ଟଙ୍କା ପାଇଥିଲେ। ଏଥିରେ ସେ ସ୍ବାମୀଙ୍କୁ ଉପହାର ଦେଇଛନ୍ତି। କେବଳ ଲୋକଙ୍କ ଭଲ ପାଇବା ଏବଂ ସମର୍ଥନ ହେତୁ ସେ ଏହି ଟଙ୍କା ପାଇଥିବା ସେ କହିଛନ୍ତି।
ସୀମା କହିଛନ୍ତି, ମୁଁ ୟୁଟ୍ୟୁବରୁ ୪୫ ହଜାର ଟଙ୍କା ପାଇଛି। ଆସନ୍ତା ମାସରେ ମୁଁ ଏହାଠାରୁ ଅଧିକ ଦରମା ପାଇବି। ଏଥିପାଇଁ ଲୋକଙ୍କୁ ଧନ୍ୟବାଦ ଜଣାଉଛି। ସେମାନଙ୍କ ସମର୍ଥନ ବିନା ଏହା ସମ୍ଭବ ନୁହେଁ। ମୁଁ ସଚିନଙ୍କ ସହ ବହୁତ ଖୁସି ଅଛି।
ସୀମାଙ୍କ ସ୍ବାମୀ ସଚିନ କହିଛନ୍ତି, ମୁଁ କେବେ ଭାବି ନ ଥିଲି ସୀମା ମୋ ଜୀବନରେ ଆସିବେ। କିନ୍ତୁ ସେ ଆସିବା ପରେ ମୋ ଜୀବନ ବଦଳି ଯାଇଛି । ସୀମାଙ୍କୁ ପ୍ରତ୍ୟେକ ସୁଖ ଦେବାକୁ ମୁଁ ଚାହୁଁଛି।

Share