ବିବାହର ୨୪ ବର୍ଷ ପରେ କାହିଁକି ସୋହେଲଙ୍କୁ ଛାଡପତ୍ର ଦେଲେ ସୀମା

ବିବାହର ୨୪ ବର୍ଷ ପରେ ସୀମା ସଜଦେହ ତାଙ୍କ ସ୍ବାମୀ ତଥା ଅଭିନେତା ସୋହେଲ ଖାନଙ୍କଠାରୁ ଛାଡପତ୍ର ନେଇଛନ୍ତି। ଯଦିଓ ଉଭୟ ପୂର୍ବରୁ ଏ ବିଷୟରେ ସୂଚନା ଦେଇସାରିଛନ୍ତି, କିନ୍ତୁ ସମ୍ପର୍କ ଭାଙ୍ଗିବାର କାରଣ ଜଣାପଡିନାହିଁ। ଏବେ ସୀମା ଛାଡପତ୍ରକୁ ନେଇ ମୁହଁ ଖୋଲିଛନ୍ତି।
ନିକଟରେ ଏକ ସାକ୍ଷାତକାର ସୀମା କହିଛନ୍ତି, ମୁଁ ମୋ ଜୀବନରେ ଏପରି ଏକ ସ୍ଥିତିରେ ପହଞ୍ଚିଛି, ଯେଉଁଠି କୌଣସି ବିଷୟକୁ ନେଇ ମୁଁ ଚିନ୍ତିତ ନୁହେଁ। ମୋତେ ଜୀବନରେ ଆଗକୁ ବଢିବାକୁ ପଡିବ, ତେଣୁ ମୁଁ ଏହି ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ବିଷୟରେ ମୋର ପିଲା ଏବଂ ପରିବାର ସମସ୍ତେ ଅବଗତ ଅଛନ୍ତି। ମୁଁ ସବୁ ନକାରାତ୍ମକତାକୁ ପଛରେ ପକାଇ ଜୀବନକୁ ଏକ ସକାରାତ୍ମକ ଦୃଷ୍ଟିରୁ ଦେଖୁଛି।
ସୀମା ଜଣେ ଫ୍ୟାଶନ ଡିଜାଇନର୍‌। ତାଙ୍କୁ ନେଟଫ୍ଲିକ୍ସ ଶୋ’ ଫାବଲସ ଲାଇଫ ଅଫ ବଲିଉଡ ଓ୍ବାଇଫ୍‌ସରେ ଦେଖିବାକୁ ମିଳିଥିଲା। ଏବେ ଏହାର ଦ୍ୱିତୀୟ ସିଜନ ଖୁବ ଶୀଘ୍ର ଆସୁଛି। ସୋହେଲ ଖାନ ଏବଂ ସୀମା ୧୯୯୮ରେ ପ୍ୟାର କିୟା ତୋ ଡରନା କ୍ୟା ସେଟରେ ସାକ୍ଷାତ ହୋଇଥିଲେ। ଏହା ପରେ ଦୁହେଁ ପ୍ରେମରେ ପଡ଼ି ବିବାହ କରିଥିଲେ। ସେମାନଙ୍କର ଦୁଇ ପୁଅ ନିର୍ବାଣ ଏବଂ ୟୋହାନ ଅଛନ୍ତି।

Share