Categories: ଖେଳ

ଚମକାଇଲେ ସେହ୍ବାଗ: କହିଲେ ‘କୋଚ୍ କଲର୍ ଧରିଥିଲେ, ଧକ୍କା ବି ଦେଇଥିଲେ…

ନୂଆଦିଲ୍ଲୀ, ୩। ୮: କ୍ରିକେଟରେ ଖେଳାଳି ଏବଂ କୋଚ୍ ଙ୍କ ମଧ୍ୟରେ ବିବାଦ ଖୁବ୍ କମ୍ ଦେଖିବାକୁ ମିଳେ। ସେଭଳି ଗୋଟିଏ ଘଟଣା ୨୦୦୦ ମସିହାରେ ଘଟିଥିଲା। ଟିମ୍ ଇଣ୍ଡିଆର କୋଚ୍ ଜନ୍ ରାଇଟ୍ ଏବଂ ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ବିରେନ୍ଦ୍ର ସେହ୍ବାଗଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। କଂଗ୍ରେସ ନେତା ଶଶି ଥରୁରଙ୍କ ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗ ଦେବା ଅବସରରେ ସେହ୍ବାଗ ଏହି ବିବାଦ ବିଷୟରେ କହିଛନ୍ତି।

ସେହ୍ବାଗ କହିଛନ୍ତି, ନେଟଓ୍ବେଷ୍ଟ ସିରିଜ ସମୟରେ କୋଚ୍ ରାଇଟଙ୍କ ସହ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ସେ ମୋ କଲର୍ ଧରିବା ସହ ମୋତେ ଧକ୍କା ଦେଇଥିଲେ। ମୁଁ ଦଳର ମ୍ୟାନେଜର ରାଜୀବ ଶୁକ୍ଳା ଙ୍କ ପାଖକୁ ଯାଇଥିଲି। ସେ ଏମିତି କିଭଳି କରିପାରିଲେ ବୋଲି ପଚାରିଥିଲେ। ଏଥିସହ ଦଳର ଅଧିନାୟକ ସୌରଭ ଗାଙ୍ଗୁଲି ଙ୍କୁ ଜଣାଇବା ସହ ରାଉଟ୍ କ୍ଷମା ନ ମାଗିବା ଯାଏ ଆପୋଷ ବୁଝାମଣା ହୋଇପାରିବ ନାହିଁ ବୋଲି କହିଥିଲେ। ପରେ ସେ କୋଠରୀକୁ ଯାଇ କ୍ଷମା ମାଗିଥିଲେ ବୋଲି ସେ କହିଛନ୍ତି।

ପରେ ସଚିନ ତାଙ୍କୁ ଘଟଣାକୁ ଭୁଲି ଯିବାକୁ ଏବଂ ବାହାରେ ଘଟଣା ପ୍ରଘଟ ନ କରିବାକୁ କହିଥିଲେ। ତାହାହିଁ ହୋଇଥିଲା ବୋଲି ସେହ୍ବାଗ କହିଛନ୍ତି।

Share