Categories: ଖେଳ

କୋହଲିଙ୍କୁ ନେଇ ସେହ୍ବାଗଙ୍କ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୧୦: ବିଶ୍ୱକପ୍‌ ୨୦୨୩ରେ ବିରାଟ କୋହଲି ଏକାଧିକ ଶତକ ମାରିବେ, ଏପରିକି ଟୁର୍ନାମେଣ୍ଟରେ ସର୍ବାଧିକ ରନ୍‌ ସ୍କୋର କରିଥିବା ଖେଳାଳି ପାଲଟିବେ। ଏନେଇ ଭବିଷ୍ୟବାଣୀ କରିଛନ୍ତି ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ।

୨୦୧୧,୨୦୧୫ ଏବଂ ୨୦୧୯ ପରେ କୋହଲି ନିଜର ୪ର୍ଥ ବିଶ୍ୱକପ୍‌ ଖେଳିବାକୁ ପ୍ରସ୍ତୁତ। ୨୦୧୯ରେ କୋହଲି ୪୪୩ ରନ୍‌ କରିଥିଲେ। ଏଥିରେ ୫ ଅର୍ଦ୍ଧଶତକ ଥିଲା। ହେଲେ ଏବେ ଚିକୁ(ବିରାଟ) ଏକାଧିକ ଶତକ ମାରିବେ, ଟୁର୍ନାମେଣ୍ଟରେ ସର୍ବାଧିକ ରନ୍‌ ସ୍କୋର କରିଥିବା ଖେଳାଳି ହେବେ। କେବଳ ଏତିକି ନୁହେଁ ଭାରତ ବି ୨୦୨୩ ବିଶ୍ୱକପ୍‌ ଜିତୁ। ଏହାପରେ ଟ୍ରଫି ସହ କୋହଲିଙ୍କୁ ମଧ୍ୟ ଉଠାଇ ମଇଦାନରେ ଚକ୍କର ଲଗାଯାଉ। ଠିକ୍‌ ଯେପରି ସଚିନ ତେନ୍ଦୁଲକରଙ୍କ ସମୟରେ ହୋଇଥିଲା। ସେ ଏବଂ ରୋହିତ ଶର୍ମା ଜିତିବାର ହକ୍‌ଦାର। କାରଣ ଉଭୟ ଉଲ୍ଲେଖନୀୟ ଖେଳାଳି ବୋଲି ସେହ୍ବାଗ କହିଛନ୍ତି।

Share