୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ଜଣେ ଗିରଫ

ବାରିପଦା ଅଫିସ,୧ା୬: ମୟୂରଭଞ୍ଜ ଅବକାରୀ ଅଧୀକ୍ଷକ ପ୍ରଶାନ୍ତ କୁମାର କହଁରଙ୍କ ନିର୍ଦ୍ଦେଶ କ୍ରମେ ବାରିପଦା ଅବକାରୀ ଥାନାଧିକାରୀ ବିଶ୍ବଜିତ ଦାଶ ସଦଳବଳ ଚଢ଼ାଉ କରି ୨୯ଗ୍ରାମ୍‌ ବ୍ରାଉନସୁଗାର ଭର୍ତ୍ତି ଡବା ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛନ୍ତି। ଏଥିସହିତ ଏକ ବାଇକ୍‌ ମଧ୍ୟ ଜବତ କରିଛନ୍ତି। ଗିରଫ ଯୁବକ ଜଣଙ୍କ ହେଲେ ବାରିପଦା ପୌରପାଳିକା ୧୭ନଂ ଓ୍ବାର୍ଡର କାଳୀଚରଣ ପାତ୍ରଙ୍କ ପୁଅ ଚନ୍ଦ୍ରଶେଖର (୨୭)। ବାଘଡ଼ାରୋଡ୍‌ ନିକଟ ୧୮ନଂ ଜାତୀୟ ରାଜପଥ ପାଶର୍‌ବ ଶ୍ମଶାନ ନିକଟରେ ଅଭିଯୁକ୍ତ ଜଣଙ୍କ ବ୍ରାଉନସୁଗାର ବିକ୍ରି ଉଦ୍ଦେଶ୍ୟରେ ବାଇକ୍‌ ସହିତ ଛିଡ଼ା ହୋଇଥିବା ବେଳେ ଅବକାରୀ ବିଭାଗ ମାଡ଼ି ବସିଥିଲେ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨ଲକ୍ଷ ୯୦ହଜାର ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Share