ଚୋରାକାଠ ବୋଝେଇ ଗାଡ଼ି ଜବତ

କେନ୍ଦୁଝର,୧୨ା୬(ସ୍ବ.ପ୍ର.): ବନ ବିଭାଗ ଏନ୍‌ଫୋର୍ସମେଣ୍ଟ ଟିମ୍‌ ସୋମବାର ଭୋର୍‌ରୁ ଚଢ଼ାଉ କରି କେନ୍ଦୁଝର ଡିଭିଜନ ସଦର ରେଞ୍ଜ ଡୁମୁରିଆ ଗ୍ରାମ ନିକଟରୁ କରତ ଚିରା ଶାଳକାଠ ବୋଝେଇ ଏକ ଜିପ୍‌ ଜବତ କରିଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ସଦର ରେଞ୍ଜ ଅଧିକାରୀ ବିଜୟ କୁମାର ମହାନ୍ତ ସୂଚନା ଦେଇଛନ୍ତି। ଜବତ ସ୍କର୍ପିଓ ନମ୍ବର ଓଆର ୦୨ଏ ଇ/୦୭୦୭ ବୋଲି ଜଣାପଡ଼ିଛି। ଏହି କାଠ କେଉଁଠୁ ଆସିଲା ଓ କୁଆଡ଼େ ଯାଉଥିଲା ତାହାର ତଦନ୍ତ ବନ ବିଭାଗ କରୁଛି।