ଖତ ଖାଉଛି ଜବତ ଗାଡ଼ି

ରାଉରକେଲା,୮।୩(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରରେ ଜନସଂଖ୍ୟା ସହ ଯାନବାହନ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ୨୦୧୨ ପୂର୍ବରୁ ଏବଂ ୨୦୧୨ ମସିହା ପରବର୍ତ୍ତୀ ସମୟରେ ସହରରେ ଓଆର ଏବଂ ଓଡି ସିରିଜରେ ମୋଟ ୩.୧୮ଲକ୍ଷ ଯାନାବାହନ ପଞ୍ଜୀକୃତ ହୋଇଛି। ସେହିପରି ଯାନବାହନ ଜନିତ ଆପରାଧିକ ମାମଲା ମଧ୍ୟ ବୃଦ୍ଧି ପାଇଛି। ତେବେ ଏହି ମାମଲାଗୁଡିକର ବିଚାରରେ ଅହେତୁକ ବିଳମ୍ବ ଏବଂ ଭିତ୍ତିଭୂମି ଅଭାବ ଯୋଗୁ ଜବତ ହେଉଥିବା ଶହ ଶହ ଦୁଇ ଓ ଚାରିଚକିଆ ଯାନବାହନ ଥାନା ଏବଂ ଅବକାରୀ ଅଫିସ୍‌ ପରିସରରେ ପଡିରହି ଖତ ଖାଉଛି।
ସୂଚନା ଅନୁସାରେ, ଭାରତୀୟ ଯାନବାହନ ସାକ୍ଷ୍ୟ ପ୍ରମାଣ ଅଧିନିୟମ-୧୯୭୨ ମୁତାବକ କୌଣସି ଅଭିଯୁକ୍ତ ଗିରଫ ହେଲେ ତାଙ୍କ ବ୍ୟବହୃତ ଗାଡିକୁ ସାକ୍ଷ୍ୟ ପ୍ରମାଣ ଆଧାରରେ ଜବତ କରାଯିବ। ଯାନବାହନ ମଧ୍ୟରେ ମୁହାଁମୁହିଁ ଧକ୍କା ହେଲେ ଗାଡି ଜବତ କରିବା, ବେଆଇନ ନିଶା କାରବାରରେ ବ୍ୟବହୃତ ଯାନବାହନ ଜବତ କରାଯିବା ଅଧିନିୟମରେ ରହିଛି।

ମାତ୍ର ଏହି ମାମଲାର ବିଚାର ଓ ସମାଧାନରେ ହେଉଥିବା ବିଳମ୍ବ ଯୋଗୁ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବ ହାନି ହେଉଛି। ଗୋଟିଏ ପଟେ ଜାମିନ ମଞ୍ଜୁର ପରେ ଗାଡ଼ି ମାଲିକଙ୍କୁ ଛାଡି ଦିଆଯାଉଛି । ମାତ୍ର ବିଚାର ବିଳମ୍ବରୁ ଗାଡ଼ି ରିଲିଜ ହୋଇପାରୁନାହିଁ କି ନିଲାମ ମଧ୍ୟ କରାଯାଉନାହିଁ।

ଭାରତରେ ଯାନବାହାନ ବ୍ୟବହାର ଅବଧି ସୀମା ୧୫ବର୍ଷ ରହିଛି। ଏହାବ୍ୟତୀତ ପୁନଃ ରାଜସ୍ବ ଭରଣା କଲେ ଏହାର ଅବଧି ୫ବର୍ଷ ବୃଦ୍ଧି ହୋଇପାରିବ। ତେବେ ଅବଧି ମଧ୍ୟରେ ଜବତ ଯାନବାହନ ନ ମୁକୁଳାଇଲେ ସେଗୁଡିକ ନିଲାମ ହେବା ମଧ୍ୟ ନିୟମ ରହିଛି। ମାତ୍ର ବର୍ଷ ବର୍ଷ ଧରି ପୋଲିସ ଏବଂ ଅବକାରୀ ଥାନାରେ ପଡିଥିବା ଶତାଧିକ ଗାଡ଼ି ମୁକୁଳା ଯାଉନାହିଁ କି ନିଲାମ ହେଉନାହିଁ। ଏ ନେଇ ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କୁ ପଚାରିବାରୁ ସେ କହିଲେ, ଆଇନ ଅନୁସାରେ ଜବତ ଯାନବାହନ ମାମଲା ଥାନାରୁ କୋର୍ଟକୁ ହସ୍ତାନ୍ତର ହେଉଛି। ଆଗକୁ କିଭଳି ଅଧିକରୁ ଅଧିକ ଯାନବାହନ ରିଲିଜ ହେବ ତାହା ଉପରେ ବିହିତ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।

ରାଉରକେଲା ଅବକାରୀ ଅଧିକାରୀ ମୋହନ ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ, ଅବକାରୀ ବିଭାଗ ଦ୍ୱାରା ଜବତ ଯାନବାହନ ବହୁ ବର୍ଷରୁ ପଡିରହିଛି। ତେବେ ଜବତ ଯାନଗୁଡିକୁ ସଂରକ୍ଷିତ ରଖିବା ପାଇଁ ଭିତ୍ତିଭୂମି ଅଭାବ ରହିଥିବା ସେ କହିଥିଲେ। ଜବତ ଗାଡ଼ିଗୁଡିକୁ ସୁରକ୍ଷିତ ରଖିବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନେବା ଆବଶ୍ୟକ ବୋଲି ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri