ନିରାକାରପୁର,୨୦ା୫(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋରା ମାଙ୍କଡ଼ା ଖଣି ବଢ଼ିବାରେ ଲାଗିଛି। ଏହାକୁ ରୋକିବାକୁ ଶନିବାର ଥାନା ପକ୍ଷରୁ ରାମେଶ୍ୱର ଅଞ୍ଚଳରେ ଚାଲିଥିବା ଚୋରା ମାଙ୍କଡ଼ା ଖଣିରେ ପୋଲିସ ଚଢ଼ାଉ କରି ସେଠାରେ ମାଙ୍କଡ଼ା ବୋଝେଇ ଓଆର-୦୨-ବି ଏସ୍-୪୭୯୫ ନମ୍ବର ବିଶିଷ୍ଟ ଏକ ଟ୍ରାକ୍ଟରକୁ ଜବତ କରିଛି। ହେଲେ ସେଠାରେ ଥିବା ପଥର ମାଫିଆ ଓ ଚାଳକ ଗାଡ଼ି ଛାଡି ପୋଲିସକୁ ଚକମା ଦେଖାଇ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି। ପୋଲିସ ଏନେଇ ୧୨୫/୨୩ରେ ଏକ ମାମଲା ରୁଜ କରି ତଦନ୍ତ ଚାଲୁ ରଖିଥିବା ଥାନା ଅଧିକାରିଣୀ ଗୀତାଞ୍ଜଳି ନାୟକ ସୂଚନା ଦେଇଛନ୍ତି।