ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ: ଉଠାଦୋକାନୀ ସଂଘ ପକ୍ଷରୁ ବିରୋଧ

ବାଲେଶ୍ୱର ଅଫିସ, ୯।୧: ବାଲେଶ୍ୱର ସହରର ମୁଖ୍ୟ ରାସ୍ତା ବିବେକାନନ୍ଦ ରୋଡ୍‌ର ସିନେମା ଛକଠାରୁ ପାଣି ଟାଙ୍କି ପର୍ଯ୍ୟନ୍ତ ରାସ୍ତାର ଦୁଇପାର୍ଶ୍ୱରେ ଥିବା ଉଠାଦୋକାନୀ ଓ ଜବରଦଖଲକାରୀଙ୍କୁ ସୋମବାର ପୌର ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ସିନେମା ଛକଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାଜିଷ୍ଟ୍ରେଟ୍‌ ଭାବେ ଆଡିଶନାଲ ତହସିଲଦାର, ୧ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ପୌର କର୍ମଚାରୀମାନେ ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ତେବେ ଜେସିବି ସାହାଯ୍ୟରେ ଜବରଦଖଲକୁ ଉଚ୍ଛେଦ କରାଯାଇଛି। ଖବର ଲେଖା ପର୍ଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଉଠାଦୋକାନୀ ସଂଘ ପକ୍ଷରୁ ଏହାକୁ ବିରୋଧ କରିବା ସହ ସିନେମାଛକରେ କିଛି ସମୟ ରାସ୍ତାରୋକୋ କରାଯାଇଥିଲା। କିନ୍ତୁ ପୋଲିସ ରାସ୍ତା ଅବରୋଧକାରୀଙ୍କ ମଧ୍ୟରୁ ୩ଜଣ ମହିଳା ଓ ୪ଜଣ ପୁରୁଷଙ୍କୁ ଗିରଫ କରି ଥାନାରେ ଅଟକ ରଖିଛି। ଫଳରେ ଅନ୍ୟମାନେ ରାସ୍ତାରୋକୋରୁ ଓହରି ଯାଇଛନ୍ତି।

Share