ବିଡିଏ ପକ୍ଷରୁ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର,୨୩।୮(ବ୍ୟୁରୋ):ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ସୋମବାର ଭୁବନେଶ୍ୱରର ଦୁଇଟି ଅଞ୍ଚଳରୁ ଜବରଦଖଲ ହଟାଯାଇଛି। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡିଷ୍ଟ୍ରିକ୍ଟ ସେଣ୍ଟରସ୍ଥିତ ପ୍ଲଟ୍‌ ନଂ. ୧ ଓ ୨ରୁ ଜବରଦଖଲ ହଟିଛି। ସେହିପରି ଭରତପୁର ଥାନା ଅନ୍ତର୍ଗତ ଘାଟିକିଆ ଅଞ୍ଚଳର ପ୍ଳଟ୍‌ ନଂ. ୮୮୪୨ରୁ ମଧ୍ୟ ବେଆଇନ ନିର୍ମାଣ ଉଚ୍ଛେଦ କରାଯାଇଛି। ତେବେ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଉଚ୍ଛେଦ ସମୟରେ ୩ଟି ଆଜବେଷ୍ଟସ୍‌ ଘର, ଟିଣ ନିର୍ମିତ ୨ଟି ଦୋକାନ ସହ ୩୫ ଫୁଟ ଦୀର୍ଘ ଏକ ପାଚେରି ମାଟିରେ ମିଶିଛି। ଫଳରେ ପ୍ରାୟ ୨ହଜାର ବର୍ଗଫୁଟ୍‌ ଜମି ଜବରଦଖଲ ମୁକ୍ତ ହୋଇଛି। ଅପରପକ୍ଷେ ଘାଟିକିଆରୁ ୫ଟି ଆଜବେଷ୍ଟସ୍‌/ଟିଣ ଘର ସହ ଗୋଟିଏ କବାଡ଼ିଆ ଦୋକାନ ଭଙ୍ଗାଯାଇଛି।