୧ କୋଟିର ବ୍ରାଉନ୍‌ସୁଗାର ଜବତ: ଜଣେ ଗିରଫ

ଭୁବନେଶ୍ୱର,୯।୭: ଖୋର୍ଦ୍ଧା ଜିଲା ବାଙ୍କି-ସିମର ରୋଡ ଓସ୍ତପୁର ଗାଁ ନିକଟରୁ ବିପୁଳ ମାତ୍ରାରେ ବ୍ରାଉନ୍‌ସୁଗାର ଜବତ ହୋଇଛି । ଏହାସହିତ ଜଣେ ବେପାରୀଙ୍କୁ ଗିରଫ କରାଯାଇଛି।
ଖବର ଅନୁଯାୟୀ, ବାଘମାରି ଥାନା ପୋଡାଡିହ ଗାଁର ସୁରେଶ କୁମାର ମହାପାତ୍ର ବ୍ରାଉନ୍‌ସୁଗାର  କରାବାର ନେଇ ଏସ୍‌ଟିଏଫ୍‌ ଓ ପୋଲିସକ ସୂଚନା ମିଳିଥିଲା ।
ଏ ନେଇ ବାଙ୍କି-ସିମର ରୋଡ ଓସ୍ତପୁର ଗାଁର ନିକଟରେ ଏସ୍‌ଟିଏଫ୍‌ ଓ ପୋଲିସକ ଚଢାଉ କରିଥିଲା । ଚଢାଉରେ ୧ କେଜି ୧୦୦ ଗ୍ରାମର ବ୍ରାଉନ୍‌ସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ସୁରେଶ କୁମାରଙ୍କୁ ଗିରଫ  କରାଯାଇଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।