୧୫୦ କେଜି ଗଞ୍ଜେଇ ଜବତ: ୩ ଚାଲାଣକାରୀ ଗିରଫ

ବ୍ରହ୍ମପୁର, ୩।୯(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବ୍ରହ୍ମପୁରରୁ ୧୫୦ କିଲୋର ଗଞ୍ଜେଇ ଜବତ ହୋଇଛି। ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦେଶ କ୍ରମେ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବା ପାଇଁ ବ୍ରହ୍ମପୁରରେ ଥିବା ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗର ଡିଏସପି ସ୍ନେହଲତା ନାୟକଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇଥିଲା। ଉକ୍ତ ଟିମ ମଙ୍ଗଳବାର ଗୋପାଳପୁର ଥାନା ଅନ୍ତର୍ଗତ ବଡ଼କୁଶସ୍ଥଳୀ ନିକଟରେ ଯାନବାହନ ଯାଞ୍ଚ କରିଥିଲା। ସେଠାରେ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ ବୋଲେରୋ ପିକଅପ ଗାଡି(ଓ୦୭ଏପି-୭୭୩୧)କୁ ଅଟକାଇ ଯାଞ୍ଚ କରାଯାଇଥିଲା। ସେଥିରୁ ୧୫୦ କେଜି ଗଞ୍ଜେଇ ଜବତ ହୋଇଥିଲା। ଗାଡି ଡ୍ରାଇଭର ସମେତ ୩ ଜଣଙ୍କୁ ଟିମ ବାନ୍ଧିଥିଲା। ସେମାନେ ହେଲେ ମହାରଷ୍ଟ୍ରର ମହମ୍ମଦ ରଇଜ଼ ଲଧା ଓ ଅହମ୍ମଦ ଅଲ୍ଲୀ।
ଜେରାବେଳେ ସେମାନେ ଉକ୍ତ ଗଞ୍ଜେଇ ଗଜପତି ଜିଲାରୁ ବ୍ରହ୍ମପୁର ଦେଇ ମହାରାଷ୍ଟ୍ର ଚାଲାଣ କରୁଥିଲେ ବୋଲି ଉକ୍ତ ଟିମ ସମ୍ମୁଖରେ ସ୍ବୀକାର କରିଛନ୍ତି। ସେହିପରି ଉକ୍ତ ଦୁଇ ଅଭିଯୁକ୍ତଙ୍କ ବୟାନ ଆଧାରରେ ବଡବଜାର ଥାନା ଫାଷ୍ଟଗେଟ ଅଞ୍ଚଳରୁ ଗଜପତି ଜିଲା ଅଢ଼ବାର ପ୍ରଫୁଲ ନାୟକଙ୍କୁ କାବୁ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି। ଜବତ ଗଞ୍ଜେଇ ଓ ଗାଡିର ଆନୁମାନିକ ମୂଲ୍ୟ ପ୍ରାୟ ୨୫ ଲକ୍ଷ ହେବ ବୋଲି ଡ଼ିଏସପି ସୂଚନା ଦେଇଛନ୍ତି। ଉପରୋକ୍ତ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସେ କହିଛନ୍ତି।
ଉକ୍ତ ଚଢାଉରେ ଏସଆଇ ସୁଶାନ୍ତ କୁମାର ନାୟକ, ଏଏସଆଇ ସୁଶାନ୍ତ ମହାଙ୍କୁଡ, କନଷ୍ଟେବଳ କପିଳାସ ଭୋତ୍ରା, ସନ୍ତୋଷ କୁମାର ନାୟକ, ପ୍ରବୀର ସାମଲ ଓ ବଳରାମ ସ୍ବାଇଁ ପ୍ରମୁଖ ସାମିଲ ଥିଲେ। ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବା ସହ ଚାଲାଣ ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ରୀତିମତ ଭାବେ ବିଭିନ୍ନ ସ୍ଥାନର ଚଢାଉ କରାଯାଉଛି ବୋଲି ଡିିଏସପି ନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଯୋଗ ଦେଲେ  ନୂତନ  ବିଡିଓ  ପ୍ରୀତିରଞ୍ଜନ ରଥ  

ଦାରିଙ୍ଗବାଡି,୨୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ। ସେ ନବରଙ୍ଗପୁର...

ଦୀପାବଳି ପୂର୍ବରୁ ଲକ୍ଷାଧିକ ଟଙ୍କାର ବାଣ ଜବତ

ଉମରକୋଟ/ ତେନ୍ତୁଳିଖୁଣ୍ଟି, ୨୫।୧୦(ସନ୍ତୋଷ ଶତପଥୀ/ ଚିଦାନନ୍ଦ ସାହୁ): ବିନା ଲାଇସେନ୍ସରେ ବାଣ ରଖାଯାଇଥିବା ଖବରପାଇ ଉମରକୋଟ ପୋଲିସ ଏକ ଗୋଦାମରେ ଚଢ଼ାଉ କରିଛି। ସେଠାରୁ ପୋଲିସ...

୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ

ଫତେଗଡ,୨୫।୧୦: ୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ। ଏପରି ବୀଭତ୍ସ ହତ୍ୟାକାଣ୍ଡ ନୟାଗଡ ଜିଲା ଫତେଗଡ ଥାନା ଅଞ୍ଚଳରେ ଘଟିଛି। ଏନେଇ...

ଅନାସ୍ଥା ପ୍ରସ୍ତାବରେ ପଦ ହରାଇଥିଲେ ଏନ୍‌ଏସି ଅଧ୍ୟକ୍ଷ: ହିମାଦ୍ରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭବାନୀପାଟଣା,୨୫।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ଅନାସ୍ଥା ପ୍ରସ୍ତାବରେ ନିଜ ପଦ ହରାଇଥିବା ନେଇଁ ଗୁରୁବାର ଗୃହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri