ବ୍ରାଉନ ସୁଗାର ଜବତ: ୨ ଗିରଫ

କଟକ ଅଫିସ,୫।୧୧: ବାଲିଯାତ୍ରା ପୂର୍ବରୁ କଟକ ପୋଲିସକୁ ଏକ ପ୍ରକାର ସଫଳତା ମିଳିଛି। ଲାଲ୍‌ବାଗ ଥାନା ପୋଲିସ ୨ ବ୍ରାଉନ ସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧୦୬ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି କୁହାଯାଉଛି। ସେମାନେ ବାଲିଯାତ୍ରାରେ ନିଶା କାରବାର କରିବାକୁ ଆସିଥିବା ଜଣାପଡ଼ିଛି। ଜିଲା ପୋଲିସ ମୁଖ୍ୟାଳୟଠାରୁ ୨୦୦ ମିଟର ଦୂର ରାଧାନାଥ ଟ୍ରେନିଂ ସେଣ୍ଟର୍‌ ପାଖରୁ ୨ ଜଣଙ୍କୁ ଗିରଫ କରାଯାଇଛି।

Share