ବାଲି, ପଥର ବୋଝେଇ ଗାଡ଼ି ଜବତ

ଆସିକା,୩ା୧୧(ସୁରେନ୍ଦ୍ର ନାଥ ସାହୁ): ଆସିକା ଅଞ୍ଚଳରେ ବେଆଇନ ବାଲି ପଥର ଚାଲାଣ ରୋକିବା ପାଇଁ ତହସିଲ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଶୁକ୍ରବାର ଭୋରରେ ତହସିଲର ପାଟ୍ରୋଲିଂ ଟିମ ଆସିକା-ବାଲିପଦର ରାସ୍ତାର ଚାରିମାଇଲି ନିକଟରୁ ଗୋଟିଏ ବାଲି ବୋଝେଇ ହାଇୱା ଓ ୩ଟି ପଥର ବୋଝେଇ ଟ୍ରାକ୍ଟରକୁ ଜବତ କରିଥିବା ବେଳେ ଆସିକା ଏନ୍‌ଏସି ସୁନାମ୍ବ ସାହି ନିକଟରୁ ଗୋଟିଏ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରାଯାଇଛି। ଜବତ ଗାଡିଗୁଡିକୁ ଆସିକା ତହସିଲ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଗାଡି ମାଲିକ ମାନଙ୍କଠାରୁ ୧ ଲକ୍ଷ ୨୯ ହଜାର ୨୫୨ ଟଙ୍କା ଜରିମାନା ଆଦାୟ ପରେ ଗାଡିଗୁଡିକୁ ଛାଡି ଦିଆଯାଇଛି । ଆସିକା ତହସିଲଦାର ରୀନା କୁମାରୀ ନାୟକଙ୍କ ପ୍ରତେକ୍ଷ୍ୟ ତତ୍ତ୍ୱାବଧାନରେ ରାଜସ୍ବ ନିରୀକ୍ଷକ ବିଶ୍ୱନାଥ ଲେଙ୍କା ଓ ରାଜସ୍ବ ପରିଦର୍ଶକ ପ୍ରଫୁଲ୍ଲ ଭୁଆଁ, ସ୍ବରାଜ୍ୟ ଗୌଡ଼, ସୁନୀଲ ଗୌଡ଼ ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ।