ବାଘ, ହରିଣ ଛାଲ ଜବତ : ଜଣେ ଗିରଫ

କଳାହାଣ୍ଡି,୨୨।୭: କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଶ୍ରୀପଲ୍ଲୀ ଛକ ନିକଟରୁ ଏସ୍‌ଟିଏଫ୍‌ ଜଣେ ବାଘଛାଲ ବେପାରୀଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଠାରୁ ୩ଟି କଲରାପତରିଆ ବାଘର ଛାଲ ଓ ୩ଟି ହରିଣ ଛାଲ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁ ଖଗେଶ୍ୱର ପୁଟେଲ (୫୬)। ତାଙ୍କ ଘର ଏମ. ରାମପୁର ଥାନା ଅନ୍ତର୍ଗତ ପୂଜିଲ ଗାଁରେ।
ଖଗେଶ୍ୱର ବାଘ ଛାଲ ରଖିଥିବା ଓ ବିକ୍ରି ଉଦ୍ଦେଶ୍ୟରେ ଶ୍ରୀପଲ୍ଲୀ ଛକରେ ଥିବା ନେଇ ଏସ୍‌ଟିଏଫ୍‌ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା। ଏହା ପରେ ଏସ୍‌ଟିଏଫ୍‌ ଏକ ଟିମ ଏମ.ରାମପୁର ଓ ନର୍ଲା ମଧ୍ୟସ୍ଥ ରାଜ୍ୟ ରାଜପଥର ଶ୍ରୀପଲ୍ଲୀ ଛକରେ ଚଢ଼ାଉ କରି ଖଗେଶ୍ୱରଙ୍କୁ ଧରିଥିଲା।