ନେଲୁଙ୍ଗ ସଂରକ୍ଷିତ ଜଙ୍ଗଲରୁ ମୋରମ ବୋଝେଇ ଟ୍ରାକ୍ଟର ଜବତ

କେନ୍ଦୁଝର,୨୯।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ରେଞ୍ଜ ପକ୍ଷରୁ ନେଲୁଙ୍ଗ ସଂରକ୍ଷିତ ଜଙ୍ଗଲରୁ ବେଆଇନ ମୋରମ ଖୋଳି ଚାଲାଣ ହେଉଛି। ମଙ୍ଗଳବାର ଚଢାଉ କରାଯାଇ ଏକ ଟ୍ରାକ୍ଟରକୁ ଜବତ କରାଯାଇଛ। ଜବତ ଟ୍ରାକ୍ଟର ନଂ. (ଓଡ଼ି-୦ ୯ଡବ୍ଲ୍ୟୁ ୦୫୭୨) । ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ ଗାଡ଼ି ଜବତ କରି ଅଧିକ ତଦନ୍ତ କରାଯାଉଛି ବୋଲି ରେଞ୍ଜ ଅଧିକାରୀ ବିଜୟ କୁମାର ମହାନ୍ତ ସୂଚନା ଦେଇଛନ୍ତି। ଉକ୍ତ ଅଞ୍ଚଳରୁ ବହୁ ସଂଖ୍ୟାରେ ଟ୍ରାକ୍ଟର ଯୋଗେ ବେଆଇନ ମୋରମ ଖନନ କରି ଚାଲାଣ ହେଉଥିବାରୁ ବଡବଡ ଖାଲ ଖମା ସୃଷ୍ଟି ହେବା ସହ ଜଙ୍ଗଲ ଓ ପରିବେଶ ଧ୍ୱଂସ ହେବାକୁ ଲାଗିଛି। ଫଳରେ ଉକ୍ତ ଅଞ୍ଚଳରେ ଚଳପ୍ରଚଳ କରୁଥିବା ହାତୀ ଓ ଅନ୍ୟ ବନ୍ୟ ଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।