ଭଦ୍ରକ ସହରରୁ ହଟିଲା ଜବରଦଖଲ

ଭଦ୍ରକ,୧ା୮(ସନାତନ ରାଉତ): ଭଦ୍ରକ ସହରର ଅପର୍ତ୍ତିବିନ୍ଧା ଛକଠାରୁ ଜିଲା ପ୍ରଶାସନ ଓ ପୌର ପ୍ରଶାସନ ଗୁରୁବାର ଉଚ୍ଛେଦ ଆରମ୍ଭ କରିଛି। ଦୀର୍ଘଦିନ ଧରି କଚେରି ବଜାରରେ ରାସ୍ତାର ଉଭୟ ପାର୍ଶ୍ୱରେ ଜବରଦଖଲ କରି ବ୍ୟବସାୟ ଚଳାଇଥିଲେ। ଯାହା ଫଳରେ ଟ୍ରାଫିକ୍‌ ସମସ୍ୟା ଉତ୍କଟ ହେଉଥିଲା। ବାରମ୍ବାର ପ୍ରଶାସନ ପୂର୍ବରୁ ଉଚ୍ଛେଦ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲା। ଗୁରୁବାର ସକାଳ ୯ଟାରୁ ପୂର୍ବରୁ ପ୍ରସ୍ତୁତି ଅନୁଯାୟୀ ଜେସିବି ସାହାଯ୍ୟରେ ଉଚ୍ଛେଦ ଆରମ୍ଭ କରିଛି। ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା ବେଳେ କେତେକ ଦୋକାନୀ ତରବରିଆ ନିଜ ସାମଗ୍ରୀ ବାହାର କରିଥିବା ଦେଖାଯାଇଥିଲା। ଏସ୍‌ପି ବରୁଣ ଗୁଣ୍ଟୁପାଲ୍ଲୀଙ୍କ ନିର୍ଦ୍ଦେଶ କ୍ରମେ ସିଟି ଡିଏସ୍‌ପି ଅଂଶୁମାନ ଦ୍ବିବେଦୀଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିଥିଲେ।