ଓଡିଶା ସାହିତ୍ୟ ଏକାଡେମୀର ସ୍ବନକ୍ଷତ୍ର ଦିବସ ଲାଗି କୃତି ଚୟନ

ଛତ୍ରପୁର, ୩୦।୬(ସନ୍ତୋଷ ପାଢ଼ୀ ): ଆସନ୍ତା ଜୁଲାଇ ମାସରେ ଓଡିଶା ସାହିତ୍ୟ ଏକାଡେମୀର ସନକ୍ଷତ୍ର ଦିବସ ଅନୁଷ୍ଠିତ ହେବ। ଏନେଇ ଗଞ୍ଜାମ ଜିଲ୍ଲାସ୍ତରୀୟ ସାହିତ୍ୟ ବୋଧକ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ଜିଲା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ନର୍ଦ୍ଦେଶକ୍ରମେ ଏବଂ ଜିଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରାଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରବ ଅନୁଷ୍ଠିତ ହୋଇଥିଲା। ବିଚାରକ ଭାବେ ପୂର୍ବତନ ବିଧାୟକ, ଅଶୋକ ଚୌଧୁରୀ, ଡ. ଇମତିହାନ ସାହା, ଅଜିତ କୁମାର ସେଠୀ, ରାଜେନ୍ଦ୍ର ରାଜୁ, ରାଜେନ୍ଦ୍ର କୁମାର ଦାଶ,ସନ୍ତୋଷ କୁମାର ପାଢୀ , ଶ୍ୟାମ ରାଓ ପ୍ରମୁଖ ବିଚାରକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀଛାତ୍ରୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ନିମନ୍ତେ ଚୟନ ହୋଇଛନ୍ତି । ଓଡିଶା ସାହିତ୍ୟ ଏକାଡେମି ଗଞ୍ଜାମ ଜିଲା ଶାଖା ସଦସ୍ୟ ଶରତ କୁମାର ଜେନା ଏବଂ ବିଚାରକଗଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।